Advertisment

ବନ୍ଧୁତାର ନିଆରା କଥା କୁହେ ଏହି ୫ ଫିଲ୍ମ

ସାଙ୍ଗକୁ ନେଇ ବଲିଉଡ୍‌ରେ ତିଆରି ହୋଇଛି ଅନେକ ଫିଲ୍ମ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ବନ୍ଧୁତାକୁ ଖୁବ୍ ଚମତ୍କାର ଭାବେ ଚିତ୍ରିତ କରାଯାଇଛି। ଆସନ୍ତୁ ଏମିତି ୫ ଫିଲ୍ମ ଉପରେ ନଜର ପକେଇ ନେବା।

author-image
Pramod Behera
5 best movies on friendship

5 best movies on friendship

କୁହାଯାଏ ବନ୍ଧୁତା ପରିବାର ଠାରୁ ବି ଅଧିକ ହୋଇଥାଏ। ଏହା ଏମିତି ଏକ ସମ୍ପର୍କ ଯାହା ବିନା ସ୍ୱାର୍ଥରେ ସବୁଦିନ ପାଇଁ ସାଥୀରେ ରହିଥାଏ। ହିନ୍ଦୀ ଫିଲ୍ମରେ ବନ୍ଧୁତାକୁ ନେଇ ଏମିତି ଅନେକ ଫିଲ୍ମ ତିଆରି ହୋଇଛି ଯାହା ସବୁବେଳେ ହିଟ୍ ହୋଇ ରହିଛି। ବନ୍ଧୁତ୍ୱ ଦିବସ ଅବସରରେ, ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା ଯାହା ବନ୍ଧୁତା ଉପରେ ଆଧାରିତ।

Advertisment

ଦିଲ୍ ଚାହତା ହୈ:

୨୦୦୧ରେ ମୁକ୍ତିଲାଭ କରିଥିବା ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେ ସମୟ ଏକ ଆଗଧାଡିର ଫିଲ୍ମ ଭାବରେ ପରିଗଣିତ ହୋଇଥିଲା। ଏହି ଫିଲ୍ମ ସାଙ୍ଗମାନଙ୍କ ସ୍ୱପ୍ନ ସହିତ ସେମାନଙ୍କର ଆନ୍ତରିକ ଦ୍ୱନ୍ଦ୍ୱ ଉପରେ ଫୋକସ କରେ। ଫିଲ୍ମଟି ଏହା ଦର୍ଶାଏ ଯେ ମତ ଭିନ୍ନତା ସତ୍ତ୍ୱେ ଏହି ବନ୍ଧୁମାନେ ପରସ୍ପରର ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରନ୍ତି। ଏହି ଫିଲ୍ମରେ ଆମୀର ଖାନ, ସୈଫ୍‌ ଅଲି ଖାନ ଏବଂ ଅକ୍ଷୟ ଖାନ୍ନା ତିନି ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ।

ରଙ୍ଗ୍‌ ଦେ ବସନ୍ତୀ:

ରାକେଶ ଓମ୍‌ପ୍ରକାଶ ମେହରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ମଧ୍ୟ ବନ୍ଧୁତ୍ୱର କାହାଣୀକୁ ବହୁତ ଭଲ ଭାବରେ କହିଥାଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୫ ଜଣ ଛାତ୍ର କିପରି ସେମାନଙ୍କର ସାମାଜିକ ଦାୟିତ୍ୱକୁ ତୁଲାଉଛନ୍ତି ତାହା ଏହି ଫିଲ୍ମର ବିଷୟବସ୍ତୁ ପାଲଟିଛନ୍ତି। ସ୍ୱାଧୀନତାର ପୃଷ୍ଠଭୂମି ଉପରେ ଆଧାରିତ ଏହା ଏକ ଚମତ୍କାର ଫିଲ୍ମ। ଆମୀର ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଶରମନ ଯୋଶୀ, ମାଧବନ, ସିଦ୍ଧାର୍ଥ ଏବଂ ଅତୁଲ କୁଲକର୍ଣ୍ଣି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Advertisment

ଥ୍ରୀ ଇଡିୟଟ୍ସ:

ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ ବନ୍ଧୁତା ଏବଂ ଆଦର୍ଶର ପରିବର୍ତ୍ତନର ଏକ ଚମତ୍କାର କାହାଣୀ କହିଥାଏ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଆମୀର ଖାନ୍ ପୁଣି ଥରେ ମୁଖ୍ୟ ଭୂମିକାରେ ନିଭାଇଥିଲେ। ଏକ ଇଞ୍ଜିନିୟରିଂ କଲେଜର ପୃଷ୍ଠଭୂମିରେ ଆଧାରିତ ଏହି ଫିଲ୍ମଟି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଚାଲେଞ୍ଜ୍ ଆଣେ। ଏଥିରେ ତିନିଜଣ ସାଙ୍ଗ ତିନି ପ୍ରକାରର ମାନସିକତାକୁ ପ୍ରତିନିଧିତ୍ୱ କରନ୍ତି। ସେମାନଙ୍କ ବିଚାରକୁ ନେଇ ଶିକ୍ଷା ଏବଂ ରୋଜଗାର ସହିତ ଯୋଡି ଏହି ଫିଲ୍ମରେ ଦେଖାଯାଇଛି।

ଜିନ୍ଦଗୀ ନା ମିଲେଗୀ ଦୋବାରା:

‘ଜିନ୍ଦଗୀ ନା ମିଲେଗୀ ଦୋବାରା’ରେ ବନ୍ଧୁତ୍ୱର କାହାଣୀକୁ ଏକ ଭିନ୍ନ ଢଙ୍ଗରେ ଦେଖାଯାଇଛି। ଜୀବନ ଯେତେ ଦାର୍ଶନିକ ହେଲେ ମଧ୍ୟ ବନ୍ଧୁତ୍ୱର ମହତ୍ତ୍ୱ ଥିବା ଏହି ଫିଲ୍ମ ସୂଚେଇ ଦିଏ। ଜୀବନ, ସ୍ୱପ୍ନ ଓ ବନ୍ଧୁତାକୁ ନେଇ ଚମତ୍କାର ଭାବେ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି। ଏଥିରେ ଫରହାନ ଅଖତର, ହ୍ରିତିକ ରୋଶନ ଏବଂ ଅଭୟ ଦେଓଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳେ।

କାଇ ପୋ ଚେ:

ବନ୍ଧୁତ୍ୱର ଚଳଚ୍ଚିତ୍ର ମଧ୍ୟରେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କାଇ ପୋ ଚେ’ ମଧ୍ୟ ବନ୍ଧୁତାରେ ସ୍ୱପ୍ନ ସହିତ ସେମାନଙ୍କ ବିବାଦର କାହାଣୀକୁ କୁହେ। କିନ୍ତୁ ଏହି ଦ୍ୱନ୍ଦ୍ୱ ଏତେ ବଡ ହୁଏ ନାହିଁ ଯାହା ସମଗ୍ର ବନ୍ଧୁତାକୁ ପ୍ରଭାବିତ କରିଦେବ। ଏଠାରେ ତିନିଜଣ ସାଙ୍ଗ ଭିନ୍ନ ଚିନ୍ତାଧାରାର ହୋଇଥିଲେ ମଧ୍ୟ ସେମାନେ ପରସ୍ପରଙ୍କୁ ପସନ୍ଦ କରନ୍ତି। ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂହ ଏବଂ ରାଜକୁମାର ଯାଦବ ଅଭିନୟ କରିଛନ୍ତି।

Bollywood Friendship Day
Advertisment
Advertisment