Advertisment

୨୦୨୪ରେ ବଲିଉଡ୍ ନୁହେଁ, ରାଜ କରିବ ସାଉଥ୍ ଇଣ୍ଡିଆନ୍ ଫିଲ୍ମ୍; ଲାଇନ୍‌ରେ ୧୦ଟି ମୁଭି

ବର୍ତ୍ତମାନ ଦର୍ଶକଙ୍କ ଆଖି ନୂଆବର୍ଷ ଅର୍ଥାତ୍ ୨୦୨୪ ବର୍ଷ ଉପରେ ରହିଛି। ଦର୍ଶକମାନେ ଉତ୍ସାହର ସହିତ ଚାହିଁ ବସିଛନ୍ତି ଯେ ଏହି ବର୍ଷ କିପରି ଚମତ୍କାର କରିବ ଏବଂ କେଉଁ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ। ରିଲିଜ୍ ଅପେକ୍ଷାରେ ଅଛି ୧୦ଟି ମୁଭି ।

author-image
Pramod Behera
ଅଦ୍ୟତନ ହୋଇଛି
10 big budget south movies releasing in 2024

10 big budget south movies releasing in 2024

ଦର୍ଶକ ଦକ୍ଷିଣ ଭାରତୀୟ ହୁଅନ୍ତୁ କି ହିନ୍ଦୀ ଭାଷାଭାଷୀ ରାଜ୍ୟର ହୁଅନ୍ତୁ, ସମସ୍ତେ କିନ୍ତୁ ସାଉଥ୍ ଇଣ୍ଡିଆନ ଫିଲ୍ମକୁ ଆଗ୍ରହର ସହିତ ଅପେକ୍ଷା କରନ୍ତି। ଦର୍ଶକଙ୍କ ଏହି ଇଛାକୁ ୨୦୨୩ରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ଶେଷ କରିଛି। ବର୍ତ୍ତମାନ ଦର୍ଶକଙ୍କ ଆଖି ନୂଆବର୍ଷ ଅର୍ଥାତ୍ ୨୦୨୪ ବର୍ଷ ଉପରେ ରହିଛି। ଦର୍ଶକମାନେ ଉତ୍ସାହର ସହିତ ଚାହିଁ ବସିଛନ୍ତି ଯେ ଏହି ବର୍ଷ କିପରି ଚମତ୍କାର କରିବ ଏବଂ କେଉଁ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ।

Advertisment

ଆପଣ ଯଦି ଏହିପରି ଦର୍ଶକଙ୍କ ମଧ୍ୟରୁ ଜଣେ, ତେବେ ଆସନ୍ତୁ ଏବଂ ଆପଣଙ୍କ କୌତୁହଳକୁ କମ୍ କରନ୍ତୁ। ସେହିସବୁ ଦକ୍ଷିଣ ଭାରତୀୟ ଫିଲ୍ମର ନାମ ଜାଣନ୍ତୁ ଯାହା ଆପଣ ନୂଆବର୍ଷରେ ଦେଖିପାରିବେ। ଏହିସବୁ ସିନେମାରେ ଆପଣ ବଡ ବଡ ଷ୍ଟାର୍‌ଙ୍କୁ ଦେଖିପାରିବେ। ଖାଲି ବଡ ଷ୍ଟାର୍ ନୁହେଁ ଫିଲ୍ମଗୁଡିକ ମଧ୍ୟ ବିରାଟ ବଜେଟ୍ ସହିତ ପ୍ରସ୍ତୁତ ହେବ ବୋଲି ସ୍ପଷ୍ଟ ହୋଇଛି।

ଗୁଣ୍ଟୁର କାରମ:

ଏହି ଫିଲ୍ମରେ ମହେଶ ବାବୁଙ୍କୁ ଦେଖିବାକୁ ମିଳିବ। ତ୍ରିବିକ୍ରମ ଶ୍ରୀନିବାସମଙ୍କ କାମ ମଧ୍ୟ ‘ଗୁଣ୍ଟୁର କାରମ’ ମାଧ୍ୟମରେ ପରଦାରେ ଦେଖାଯିବ। ଜାନୁଆରୀ ୧୨ ସୁଦ୍ଧା ଏହା ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Advertisment

କ୍ୟାପ୍‌ଟେନ୍‌ ମିଲର୍‌:

ଧନୁଷଙ୍କ ପ୍ରଶଂସକମାନେ ୨୦୨୩ ପରଠାରୁ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଏଥିରେ ଧନୁଷଙ୍କୁ ଏକ ଭିନ୍ନ ଲୁକ୍ ଏବଂ ଷ୍ଟାଇଲରେ ଦେଖିବାକୁ ମିଳିବ। ତାଙ୍କର ଏହି ଷ୍ଟାଇଲ୍‌କୁ ଅରୁଣ ମାଥେଶ୍ୱରନ ଦେଇଛନ୍ତି। ଏହି ଫିଲ୍ମଟି ଜାନୁଆରୀ ୧୨ରେ ରିଲିଜ୍ ହେବ ବୋଲି କୁହାଯାଉଛି।

ମଲାଇ କୋଟାଇ ଭାଲିବାନ୍:

ଏହି ଚଳଚ୍ଚିତ୍ରରେ ମୋହନଲାଲଙ୍କ ଦମଦାର ଅବତାର ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲିଜୋ ଜୋସେ ପେଲିସେରୀ। ଏହା ୨୫ ଜାନୁଆରୀ ପରଦାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଦେବରା:

RRR ର ଅଦ୍ଭୁତପୂର୍ବ ସଫଳତା ପରେ ଦକ୍ଷିଣର ସୁପରଷ୍ଟାର ଜୁନିଅର NTRଙ୍କୁ ‘ଦେବରା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଜାନଭି କପୁର ତାଙ୍କ ସହ ସ୍କ୍ରିନ୍ ଶେୟାର କରୁଥିବା ନଜର ଆସିବେ। ଏହି ଚଳଚ୍ଚିତ୍ର ଏପ୍ରିଲ୍ ସୁଦ୍ଧା ରିଲିଜ୍ ହୋଇପାରେ।

ଥାଙ୍ଗାଲାନ୍:

କୋଲାର ଗୋଲ୍ଡ ଫିଲ୍ଡରେ ନିର୍ମିତ KGF ଚଳଚ୍ଚିତ୍ରର ଉଭୟ ପାର୍ଟ ହିଟ୍ ହେବା ପରେ ବର୍ତ୍ତମାନ ସେହି କୋଲାର ଗୋଲ୍ଡ ଫିଲ୍ଡରେ ନିର୍ମିତ ଆଉ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ନିର୍ଦ୍ଦେଶକ ପା ରଞ୍ଜିତ୍‌ଙ୍କ ଏହି ଚଳଚ୍ଚିତ୍ରରେ ଚିଆନ୍ ବିକ୍ରମ, ପାର୍ବତୀ ଏବଂ ମାଲ୍ଭିକା ମୋହନନ୍ ନଜର ଆସିବେ।

ପୁଷ୍ପା: ଦ’ ରୁଲ୍:

‘ପୁଷ୍ପା ଦି ରାଇଜ୍’ ପରେ, ବର୍ତ୍ତମାନ ଦର୍ଶକ ‘ପୁଷ୍ପା: ଦ’ ରୁଲ୍’କୁ ଅପେକ୍ଷା କରିଛନ୍ତି। ଏହା ଚଳିତ ବର୍ଷ ଶେଷ ହୋଇପାରେ। ଆଲୁ ଅର୍ଜୁନଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୪ ସୁଦ୍ଧା ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି।

ଗେମ୍ ଚେଞ୍ଜର୍:

ମେଗା ପାୱାର ଷ୍ଟାର୍‌ ରାମ ଚରଣଙ୍କ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ମାସ ସୁଦ୍ଧା ମୁକ୍ତିଲାଭ କରିପାରେ। ନିର୍ଦ୍ଦେଶକ ଶଙ୍କର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।

କାନ୍ତାରା: ଚାପ୍ଟର୧:

ଋଷଭ ଶେଟ୍ଟୀଙ୍କ ‘କାନ୍ତାରା’ର ହିଟ୍ ପରେ ଏହାର ପ୍ରିକ୍ୱେଲ୍ ପ୍ରସ୍ତୁତ କରାଯାଉଛି ଯାହାର ନାମ ‘କାନ୍ତାରା: ଚାପ୍ଟର୧’ ରହିଛି। ଏହା ୨୦୨୪ରେ ରିଲିଜ୍ ହୋଇପାରେ।

L2: ଏମ୍ପୁରାନ୍:

୨୦୨୪ ମସିହାରେ ମୋହନଲାଲଙ୍କ ଆଉ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବ, ଯାହାର ପୋଷ୍ଟରକୁ ନେଇ ବହୁ ଚର୍ଚ୍ଚା ହୋଇଛି।

କଙ୍ଗୁଭା:

ଆଗାମୀ ତାମିଲ ଚଳଚ୍ଚିତ୍ର ‘କଙ୍ଗୁଭା’ର ଝଲକ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୧୧ ଏପ୍ରିଲ ୨୦୨୪ରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟା, ବବି ଦେଓଲ, ଦିଶା ପଟାନି ଏବଂ ଯୋଗୀ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Tollywood South Indian Films
Advertisment
Advertisment