• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ପଳାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆଜି ସକାଳୁ ପ୍ରକୃତି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେ ଲେଖିଛନ୍ତି ‘ଆଗକୁ ସେକେଣ୍ଡ୍‌ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଆଉ ସେତିକି ଦିନ ଯାଏ ଜଣେ ରକଷ୍ଟାର ଭାବେ ରହିବାକୁ ହେବ । ଆଉ ସବୁ କିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବାକୁ ପଡ଼ିବ ।

ଆଉ ଏହାରି ଭିତରେ କାହାକୁ କୌଣସି ପ୍ରକାର ଉତ୍ତର ଦେବାର ଆବଶ୍ୟକତା ନାହିଁ । କାରଣ ନିଜ ସମ୍ପର୍କରେ ନିଜେ ହିଁ ତୁମେ ଜାଣ । ସତ୍ୟ ଦିନେ ନା ଦିନେ ପଦାକୁ ଆସିବ । ମୁଁ ଜାଣେ ଠିକ୍‌ ସମୟରେ ମୋତେ ନ୍ୟାୟ ମିଳିବ’ ବୋଲି ସେ ଲେଖିଛନ୍ତି ।

Special storyପ୍ରକୃତିଙ୍କ ଇନଷ୍ଟା ପୋଷ୍ଟ

ସେହିପରି ଗତକାଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ପ୍ରକୃତି । ଅତ୍ୟଧିକ ଆତ୍ମପ୍ରଶଂସା କରୁଥିବା ବ୍ୟକ୍ତି ବା ଆତ୍ମଗର୍ବୀଙ୍କ ସଂପର୍କରେ ସେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ଆତ୍ମଗର୍ବୀ ମାନଙ୍କ ଠାରୁ କେବେ ବି ସତପାଇବ ନାହିଁ । ଅତିବେଶୀରେ ଯାହା ଜାଣିହେବ, ତାହା ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରିବ । ମାତ୍ର ଭିଲେନ୍ ଭାବେ ନୁହେଁ । ତେବେ ପ୍ରକୃତି କାହା ଉଦ୍ଦେଶ୍ୟରେ ଏମିତି ଲେଖିଥିଲେ, ସେନେଇ ଚର୍ଚ୍ଚା ହୋଇଥିଲା ।