• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ରାଇମୋହନ ଚାଲିଗଲେ ବୋଲି ବିଶ୍ୱାସ ହେଉନି । କାଲି ବି ତାଙ୍କ ସହ କଥା ହୋଇଥିଲି । ସେ ଭାରି ହସଖୁସି ଲୋକ । ସବୁବେଳେ ହସୁଥାନ୍ତି । ଭାରି ଆଧ୍ୟାତ୍ମିକ ବି । ସେ ଏତେ ମାତ୍ରାରେ ଆଧ୍ୟାତ୍ମିକ ଥିଲେ ଯେ, ତାଙ୍କ ଘରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଘରୁ ବାହାରିବା ମାତ୍ରେ ସେହି ମନ୍ଦିରରେ ଆଗ ପ୍ରଣାମ କରିଥାନ୍ତି । ରାଇମୋହନ ବାବୁ ବହୁତ ବଢ଼ିଆ । ଗତକାଲି ମଧ୍ୟ ତାଙ୍କ ସହ କଥା ହୋଇଛି, ସବୁ ଠିକ୍‌ ଠାକ୍‌ ଥିଲା । କିଛି ଅସୁବିଧା ନଥିଲା ।’ ଏମିତି କିଛି ବୟାନ ଦେଇଛନ୍ତି ରାଇମୋହନଙ୍କ ପଡ଼ୋଶୀ ।

ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ? ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏମିତିକି ତାଙ୍କ ମନରେ କେବେ କିଛି ଦୁଃଖ ଥିବା ଭଳି ଜଣାପଡ଼େ ନାହିଁ ବୋଲି ପଡ଼ୋଶୀ କହିଛନ୍ତି ।

ତେବେ ୬ ମାସ ପୂର୍ବରୁ ଜଣ ପଡ଼ୋଶୀଙ୍କୁ ରାଇମୋହନ କହିଥିଲେ ଯେ, ‘ଆଉ ଭଲ ଲାଗୁନି ଏବେ ଆମର ସମୟ ସରିଆସିଲାଣି । ଆଉ ବେଶି ଦିନ ନୁହେଁ । ପାଖରେ ଥିବା ଜିତୁ ଦୋକାନରେ ଦିନେ ବସିଥିଲୁ ଏକାଠି । ସେତେବେଳେ ସେ କହିଥିଲେ, ବାବାରେ ଆମେ କାମରେ ଏତେ ପ୍ରେସରରେ ରହୁଛୁ ଯେ ନିଜ ପାଇଁ ମଧ୍ୟ ସମୟ ଦେଇପାରୁ ନାହୁଁ । ଖୁବ୍‌ଶୀଘ୍ର ଏହି ଓଡ଼ିଆ ଇଣ୍ଡଷ୍ଟ୍ରୀ ଛାଡ଼ିଦେଇ ମୁଁ କେମିତି ଶାନ୍ତିରେ ରହିବି, ସେୟା ଚିନ୍ତା କରୁଛି ।’ ସେହି ପଡ଼ୋଶୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଦାଦା (ରାଇମୋହନ) ସବୁବେଳେ ମସଗୁଲ ରୁହନ୍ତି, ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତି । ମନୋବଳ ଦୃଢ଼ କରିବାକୁ ସବୁବେଳେ ଅନ୍ୟକୁ ପ୍ରେରିତ କରିଥାନ୍ତି ।’

ଆଉ ଜଣେ ପଡ଼ୋଶୀ ମଧ୍ୟ ତାଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘ରାଇମୋହନଙ୍କ ସହ ସବୁଦିନ ମୋର ଦେଖା ହୁଏ । ଆମେ ସବୁଦିନ ଭଲମନ୍ଦ କଥା ହେଉ । ପ୍ରତ୍ୟେକ ଦିନ ମର୍ଣ୍ଣିଂ ୱାକ୍‌ରେ ମୁଁ ଯାଏ, ସେ ମୋତେ ଦେଖନ୍ତି ଆଉ ଟୁଟୁ ଭାଇ ବୋଲି ଡାକନ୍ତି । ଆମେ କଥା ହେଉ । ଗତକାଲି ବି ଦେଖା ହୋଇଥିଲା । ସେ ଭାରି ଖୁସିଥିଲେ । ସେମିତି କିଛି ଅସୁବିଧା ଥିଲା ଭଳି ଲାଗୁନଥିଲା । ମୋତେ କହିଲେ ଭାଇ ପାନ ଖାଇକି, ପାଟିଟା କଳା ପଡ଼ିଯାଇଛି କ’ଣ କେମିତି ହେବ, ଭଲ ଲାଗୁନି । ଆଉ ଆଜି ତାଙ୍କ ପରଲୋକ ଖବର ଶୁଣି ବିଶ୍ୱାସ ହେଲାନି । ଆଉ ସବୁଠୁ ବଡ଼ କଥା ହେଲା ସେ ଆତ୍ମହତ୍ୟା କରିଥିବା କଥା ବିଶ୍ୱାସ ହେଉନି ।