• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମିଡିଆକୁ ଅପରାଜିତା ମହାନ୍ତିଙ୍କ ଅପିଲ । ଏକ ଭିଡିଓ ଜାରି କରିଛନ୍ତି ପରିବାରକୁ ଏକୁଟିଆ ଛାଡ଼ିବାକୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି । ଭିଡିଓରେ ସେ କହିଛନ୍ତି, ପରିବାରର ବିବାଦ ପରେ ସାହାଯ୍ୟ ସହଯୋଗ ପାଇଁ ସବୁ ମିଡିଆକୁ ଆମ ପରିବାର ତରଫରୁ ଧନ୍ୟବାଦ ଜଣାଉଛୁ ।

ଏବେ ଉତ୍ତମ ବାବୁଙ୍କ ଦେହ ଭଲ ନାହିଁ । ବଡ଼ ଭିଣୋଇଙ୍କ ଦେହ ମଧ୍ୟ ଭଲ ନାହିଁ । କେତେବେଳେ ଆମ୍ବୁଲାନ୍ସ ଦରକାର ପଡ଼ିବ କହିହେବ ନାହିଁ । ଡାକ୍ତରଙ୍କୁ ମଧ୍ୟ ଡାକିବାକୁ ପଡ଼ିପାରେ । ୧୦ ଦିନ ହେଲାଣି ମିଡିଆ ଆମ ଘର ସାମନାରେ ଛିଡ଼ା ହୋଇଛି । ଏଥିପାଇଁ ଗହଳି ହେଉଛି । ଲୋକେ ଠିକରେ ଯିବା ଆସିବା କରିପାରୁ ନାହାନ୍ତି । ଏପିରିକି ଆମେ ଘରର ଝରକା କବାଟ ଖୋଲି ପାରୁନାହୁଁ । ତେଣୁ ଆମକୁ ଏକୁଟିଆଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଅପରାଜିତା ।

ସେପଟେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, ମିଡିଆର ସହଯୋଗ ପାଇଁ ଆଜି ବାବୁ ସୁରକ୍ଷିତ ଜାଗାରେ ଅଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ହେବ । ଉତ୍ତମ ଭାଇ ଚାଲି ପାରୁ ନାହାନ୍ତି । ତାଙ୍କର ବଡ଼ଭାଇ ହାର୍ଟ ପେସେଣ୍ଟ । ମିଡିଆର ସହଯୋଗ ପାଇଁ ସମସ୍ତେ ଋଣୀ । ବିବାଦ ଏବେ ଶେଷ ହୋଇ ସମାଧାନ ଆଡ଼କୁ ଗଲାଣି । ତୃପ୍ତି ଓ ବାବୁସାନ ଫୋନ୍‌ ଯୋଗେ କଥା ହୋଇଛନ୍ତି । ଏପରିକି ବାବୁଙ୍କ ଜନ୍ମଦିନରେ ଶ୍ୱଶୁର ତାଙ୍କ ଘରକୁ ଆସିଥିଲେ ବୋଲି କହିଛନ୍ତି ରବି ମିଶ୍ର ।