Advertisment

କାହିଁକି ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ୧୫ ହଜାର ପିଲା ?

ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।

author-image
Prangyan Parimita
Odisha Matric Exam

Odisha Matric Exam

ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଅନିୟମିତତାରେ ନୋ ବ୍ରେକ୍ । ଆକ୍ସନ ପରେ ବି ଚିତ୍ର ବଦଳୁନି କି ଚେତା ପଶୁନି । ନିଇତି ସାମ୍ନାକୁ ଆସୁଛି ନୂଆ ନୂଆ ଘଟଣା । ଆଜି କାକଟପୁର ଗାର୍ଲସ ହାଇସ୍କୁଲ ସେଣ୍ଟର କ୍ଲର୍କ ହୋଇଛନ୍ତି ସସପେଣ୍ଡ । ପରୀକ୍ଷା ଚାଲିଥିବାବେଳେ ଶିକ୍ଷକ ଓ କର୍ମଚାରୀଙ୍କୁ ମୋବାଇଲ୍ ବନ୍ଦ ରଖିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏହି ସ୍କୁଲର କିରାଣି ମାନସ ପରିଡ଼ା ଏହାର ଉଲ୍ଲଂଘନ କରିଥିବା ଜାଣି ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏଥିସହ ଏହି ସ୍କୁଲ ଓ ପାଖ ନୟାହାଟ ପରୀକ୍ଷା ସେଣ୍ଟରରେ କପି ସାଙ୍ଗକୁ ସୁପରିଟେଣ୍ଡଣ୍ଟଙ୍କ ମୋବାଇଲ୍ ଅନ୍ ଥିବାରୁ ସ୍କ୍ବାଡ୍ ଉଭୟ କେନ୍ଦ୍ରର ଅଧୀକ୍ଷକଙ୍କୁ ବି କାର୍ଯ୍ୟ ନିବୃତ୍ତ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଖୋଦ୍ ଗଣଶିକ୍ଷାମନ୍ତ୍ରୀଙ୍କ ଏରିଆ ନିମାପଡ଼ାର ହରିପୁର ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ସହ କପି ପାଇଁ ମୂଲଚାଲ ବେଳର ଅଡ଼ିଓ ଭାଇରାଲ୍ ଘଟଣାରେ ହୋଇଛି ବଡ଼ ଆକ୍ସନ । ଏ ଖବର ଗଣମାଧ୍ୟମରେ ପ୍ରକାଶନ ପରେ ଉକ୍ତ ସେଣ୍ଟରର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ ଓ ଅନ୍ୟ ସମସ୍ତ ପରୀକ୍ଷା ନିରୀକ୍ଷକଙ୍କୁ ଦାୟିତ୍ୱରୁ ଅନ୍ତର କରିଛନ୍ତି ଡିଇଓ । ତାଙ୍କ ସ୍ଥାନରେ ସଂପୂର୍ଣ୍ଣ ନୂଆ ଟିମକୁ ପରୀକ୍ଷା ପରିଚାଳନାରେ ନିଯୁକ୍ତ କରାଯାଇଛି । ପୂର୍ବରୁ ପରୀକ୍ଷା ଆରମ୍ଭ ଦିନ ବ୍ରହ୍ମଗିରି ମଦନମୋହନ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କ ବିରୋଧରେ ପରୀକ୍ଷା ପରିଚାଳନାରେ ଅନିୟମିତତା ପାଇଁ ହୋଇସାରିଛି କାର୍ଯ୍ୟାନୁଷ୍ଠାନ ।

ସେପଟେ ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ । ହେଲେ ବାସ୍ତବ ଚିତ୍ର କଣ ଜାଣିବାକୁ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ମୋହନା ବ୍ଲକ ଗୋବିନ୍ଦପୁର ହାଇସ୍କଲର ଦୁଇଜଣ ଛାତ୍ର ବବୁଲ ମଲ୍ଲିକ ଓ ରାମୁ ମଲ୍ଲିକଙ୍କୁ ଭେଟିଥିଲା ଓଟିଭି ଟିମ୍‌ । ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଛି ତ ଅନ୍ୟଜଣେ ଅର୍ଥାଭାବରୁ ପରୀକ୍ଷା ଦେଇନଥିବା କହିଥିଲେ। ଏଣେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉତ୍ତର ସେମାନେ ଉଭୟଙ୍କ ବାପାଙ୍କୁ ଭେଟିଥିଲେ, ହେଲେ ତାଙ୍କ ପିଲା ଆଉ ଗାଁରେ ରହୁନଥିବା କୁଆଡ଼େ ସେମାନେ କହିଥିଲେ।

Advertisment

 କାହିଁକି ଏଥର ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି ୧୫ ହଜାର ପିଲା ? ତାକୁ ନେଇ  ତନାଘନା ଭିତରେ ଗଣଶିକ୍ଷାମନ୍ତ୍ରୀ ରଖିଛନ୍ତି ଅଜବ ଉତ୍ତର। କହିଛନ୍ତି ଏଥର  ଫର୍ମଫିଲଅପ୍ ଖର୍ଚ୍ଚ ସରକାର ବହନ କରିଦେବାରୁ ସମେଟିଭ୍ ୱାନ୍ ପରୀକ୍ଷା ଦେଇଥିବା ସବୁ 
ପିଲା ସମେଟିଭ ଟୁ ପରୀକ୍ଷା ପାଇଁ ଚୟନ ହୋଇଗଲେ । ତଥାପି ବିଭାଗ ଏହାକୁ ଗୁରୁତ୍ବର ସହ ନେଉଛି।

ଅନ୍ୟପଟେ ଚାରିଆଡୁ ପ୍ରଶ୍ନ ଉଠିବା ପରେ ଗଣିଶିକ୍ଷା ବିଭାଗର ଚେତା ପଶିଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏହାର ତର୍ଜମା ହେବ । ଯେହେତୁ ସମେଟିଭ୍ ୱାନ୍ ପରୀକ୍ଷା ଦେଇଥିବା ସବୁ ପିଲାଙ୍କର ସମେଟିଭ୍ ଟୁରେ ଫର୍ମଫିଲପ୍ ହୋଇଛି, ତେଣୁ ବହୁ ପିଲା ପରୀକ୍ଷା ଦେବାକୁ ଆସିନାହାନ୍ତି । ତେଣେ ବିଭାଗୀୟ ସଚିବ କହିଛନ୍ତି- ଏଥିପାଇଁ ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ଓରିଏଣ୍ଟେସନ ହେବ। ଘର ଘର ବୁଲି କାରଣ ଖୋଜାଯିବ।

Matric Exam
Advertisment
Advertisment