• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପାଠପଢ଼ା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପାଠପଢ଼ା । ନାମ ଲେଖା ପରେ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆଜିଠୁ ଆରମ୍ଭ ହେବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଆଜିଠାରୁ କ୍ଲାସ ଆରମ୍ଭ ହେଉଛି । ଏବେ ବି କିଛି କଲେଜରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ୍ ନେବେ। ହେଲେ ତାପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ସୂଚନା ମିଳିଛି ।

୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ । ଗତ ଜୁଲାଇ୨୭ ତାରିଖରେ +୨ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ +୨ ବିଜ୍ଞାନରେ ମୋଟ ପାସ୍ ହାର ଥିଲା ୯୪.୧୨% । ୭୬, ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨, ୧୦୬ ପାସ୍ କରିଥିଲେ ।

ସେହିପରି ଗତ ଅଗଷ୍ଟ ୮ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ଏଥର ପାସ୍ ହାର ୮୨.୧୦ ପ୍ରତିଶତ।