Advertisment

‘ବଡ଼ ଧରଣର ପ୍ରଶ୍ନପତ୍ର ପ୍ରଘଟ ହୋଇନି, ଆଉ ହୋଇପାରିବନି ନିଟ୍ ପରୀକ୍ଷା’

ସାନି ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। କହିଛନ୍ତି, ଦେଶରେ କେବଳ ପାଟନା ଓ ହଜାରିବାଗରେ ପେପର ଲିକ୍ ହୋଇଛି।

author-image
Sujit kumar Swain
NEET

NEET

ଆଉ ହୋଇପାରିବନି ନିଟ୍ ପରୀକ୍ଷା। ସାନି ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। କହିଛନ୍ତି, ଦେଶରେ କେବଳ ପାଟନା ଓ ହଜାରିବାଗରେ ପେପର ଲିକ୍ ହୋଇଛି। ତେଣୁ ସେଭଳି କୌଣସି ବଡ଼ ଧରଣର ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ। ଫଳରେ ଆଉ ଥରେ ଏକଜାମ୍ କରିବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ ମଧ୍ୟ ସମାନ ରାୟ ଶୁଣାଇଥିଲେ ସର୍ବୋଚ୍ଚ ଅଦାଲତ।

Advertisment

ଏସବୁ ଭିତରେ ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବା ସହ ସିବିଆଇ ୧୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରଖିଛି। ଏମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିବା ସିବିଆଇ ଚାର୍ଜସିଟରେ ଦର୍ଶାଯାଇଛି। ମାମଲାରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଗିରଫ ହୋଇସାରିଛନ୍ତି।

ଏମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିବା ସିବିଆଇ ଚାର୍ଜସିଟରେ ଦର୍ଶାଇଛି । ଅତ୍ୟାଧୁନିକ ଫୋରେନସିକ୍ ଟେକନିକ୍, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଥିବା ସିବିଆଇ କହିଛି। 

Advertisment

ମାମଲାରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବିହାର ପୋଲିସ ଦ୍ବାରା ୧୫ ଜଣ ଗିରଫ ହୋଇଛନ୍ତି। ମାମଲାର ତଦନ୍ତ ବେଳେ ସିବିଆଇ ୫୮ଟି ସ୍ଥାନରେ ଯାଂଚ୍ କରିଥିବା ବେଳେ ୬ଟି ଏଫଆଇଆର ଦେଇଛି।

NEET Exam NEET UG
Advertisment
Advertisment