Advertisment

Schools To Remain Close: ପୁଣି ବଢିଲା ଛୁଟି, ଏହି ଜିଲ୍ଲାରେ ୨୦ରେ ଖୋଲିବନି ଶିକ୍ଷାନୁଷ୍ଠାନ

ସ୍କୁଲ ଛୁଟି ବଢିଲା । ୨୦ରେ ଖୋଲିବନି ସମସ୍ତ ସ୍କୁଲ । ଡାଇରିଆ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରହିବ । ସେହିପରି ଭଦ୍ରକରେ ମଧ୍ୟ ଛୁଟିର ଅବଧି ବଢାଯାଇଛି । ଡାଇରିଆ ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅଦ୍ୟତନ ହୋଇଛି
Schools To Remain Close

Schools To Remain Close

Advertisment

ବଢିଲା ସ୍କୁଲ ଛୁଟି । ଡାଇରିଆ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ୍ ଛୁଟି ରହିବ । ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ପୂର୍ବରୁ ରାଜ୍ୟରେ ୨୦ତାରିଖ ଅର୍ଥାତ୍ ଆସନ୍ତାକାଲି ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ ସରକାର । ଯାଜପୁର ଜିଲ୍ଲାରେ ଝାଡାବାନ୍ତି ସ୍ଥିତିକୁ ନଜରରେ ରଖି ସ୍କୁଲ ଛୁଟିକୁ ଆଉ ୪ଦିନ ବଢାଯାଇଛି । ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବେ । 

Advertisment

ସେହିପରି ଭଦ୍ରକରେ ୨ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆସନ୍ତା ୨୦ ଓ ୨୧ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଊଦ୍ରକ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାଇରିଆ ପାଇଁ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ହେଲେ ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନଜରରେ ରଖି ଛୁଟିର ଅବଧି ବଢାଯାଇଛି । ସେପଟେ ଆସନ୍ତା ୨୦ରେ ଟ୍ୱିନ ସିଟିରେ ବନ୍ଦ ରହିବ ସ୍କୁଲ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦୃଷ୍ଟିରୁ ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସେଦିନ ଭୁବନେଶ୍ୱର ଓ କଟକରେ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଅଧିକ ପଢନ୍ତୁ: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ନିର୍ଦ୍ଦେଶ

Advertisment
School Reopening Holiday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ