Advertisment

NEET ପରେ NET ପରୀକ୍ଷାରେ ବି ଘୋଟାଲା !

ପରୀକ୍ଷା ବାତିଲ ପରେ ତାତିଲେ ଛାତ୍ର ସଂଗଠନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ଓ ମନ୍ତ୍ରାଳୟ ଆଗରେ ବିକ୍ଷୋଭ ।

author-image
Satyendu Shekher Mishra
undefined

NEET

ନ୍ୟାସନାଲ ଟେଷ୍ଟିଂ ଏଜେନସି-NTAର ପାରିବା ପଣିଆକୁ ନେଇ ସନ୍ଦେହ! ବିବାଦ ଘେରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗରେ ଆଜି ରାଜଧାନୀ ଦିଲ୍ଲୀରେ ଏମିତି ଢଙ୍ଗରେ ତାତିଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ପ୍ରଥମେ ନିଟ୍ ପରୀକ୍ଷା ବିଭ୍ରାଟରୁ ଦେଶର ପ୍ରାୟ ୧୯ ଲକ୍ଷ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱ ଭିତରୁ ମୁକୁଳି ନଥିବା ବେଳେ, ୨ ଦିନ ତଳେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପରେ ଗତକାଲି ଏ ପରୀକ୍ଷାକୁ ବାତିଲ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ।

Advertisment

ଆଉ ଏପଟେ ଜାତୀୟ ସ୍ତରୀୟ ପରୀକ୍ଷାରେ ବାରମ୍ବାର ଘୋଟାଲା ପ୍ରତିବାଦରେ ଦେଶବ୍ୟାପୀ ଦେଖିବାକୁ ମିଳିଛି ତୀବ୍ର ଆନ୍ଦୋଳନ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରି ଶିକ୍ଷାମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ ଛାତ୍ର ସଂଗଠନ SFIର କର୍ମକର୍ତ୍ତା। 

ସେହିଭଳି ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ନକଲି ଟଙ୍କା ବଣ୍ଡଲ ଉଡାଇ ଦୁର୍ନୀତିର ପ୍ରତିବାଦ କରିଥିଲା NSUI। ପରେ KYA, AISA, ଭଳି ଆହୁରି ଅନେକ ସଂଗଠନ ଏକାଠି ହୋଇ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଶାସ୍ତ୍ରୀ ଭବନସ୍ଥିତ ମନ୍ତ୍ରାଳୟ ଆଗରେ ଘଣ୍ଟା ଘଣ୍ଟା ଧରି ବିକ୍ଷୋଭ କରିଥିଲେ।

Advertisment

ଜାତୀୟ ସ୍ତରର ପରୀକ୍ଷାରେ ଏଭଳି ବାରମ୍ବାର ପେପର ଲିକ୍ ଅଭିଯୋଗ ଆଣି ଶିକ୍ଷାମନ୍ତ୍ରୀ, ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି ଦାବି କରିଥିଲେ ଛାତ୍ରଛାତ୍ରୀ । ସେପଟେ ଲକ୍ଷ୍ନୌ ସହରରେ ମଧ୍ୟ ଦେଖିବାକୁ ମିଳିଥିଲା ବଡ଼ ଧରଣର ଛାତ୍ର ଆନ୍ଦୋଳନ। ଏହାବ୍ୟତୀତ କେରଳର ଥିରୁବନନ୍ତପୁରମରେ ରାଜଭବନ ଆଗରେ ମଧ୍ୟ ଆନ୍ଦୋଳନ ଦେଖିବାକୁ ମିଳିଛି।

ପୂର୍ବରୁ NEET ପରୀକ୍ଷା ବିବାଦ ମାମଲାରେ NTAକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏ ମାମଲା ଏବେ ସର୍ବୋଚ୍ଚ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଗତ ୧୮ ତାରିଖରେ ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଥିଲା ୟୁଜିସି-ନେଟ୍ ପରୀକ୍ଷା। ପରୀକ୍ଷା ଦେଇଥିଲେ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ।

ତେବେ ଗତକାଲି ରାତିରେ ହଠାତ୍ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପରୀକ୍ଷା ବାତିଲ ନେଇ ସୂଚନା ଦିଆଯାଇଥିଲା। ଏ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଇଣ୍ଡିଆନ୍  ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା। ପରେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବୁଝମଣା କରାଯାଇଥିବା କଥା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିବାରୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି।

ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏ ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ୍ କରିବା ସହ ପ୍ରସଙ୍ଗକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି। ଜବାବରେ ବିଜେପି କହିଛି, ରାହୁଲ କେବଳ ରାଜନୀତି କରୁଛନ୍ତି। ଏଥଇପାଇଁ ଯେଉଁମାନେ ଦାୟୀ ସେମାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ନିଟ୍ କ୍ୱେଶ୍ଚିନ୍ ଲିକ୍ ଘଟଣାରେ ବିହାରରେ ଜଣେ ଆଶାୟୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି କ୍ବେଶ୍ଚିନ୍ ଲିକ୍ କ୍ବେଶ୍ଚିନ୍ ପେପର ଯୋଗାଇ ଦେବାକୁ ଜଣ ପିଛା ୩୦ରୁ ୩୨ ଲକ୍ଷ ଟଙ୍କା ଦାବି କରାଯାଉଥିବା କଥା ସାମନାକୁ ଆସିଛି।

Exam NEET
Advertisment
Advertisment