Advertisment

Increasing Interest Of B.Ed: ପିଜି ପାଠକୁ ନା, B.Ed ପାଇଁ ଲକ୍ଷାଧିକ ଆବେଦନ, ଜାଣନ୍ତୁ କାହିଁକି ?

B.Ed କରିବାକୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି । ଚାକିରି ସମ୍ଭାବନା ଅଧିକ ଏବଂ ଜିଲ୍ଲା ତଥା ରାଜ୍ୟ ଭିତରେ ନିଯୁକ୍ତି ସୁଯୋଗ ପିଲାଙ୍କୁ ଟାଣି ଆଣୁଛି B.Ed କରିବାକୁ ।

ଅଦ୍ୟତନ ହୋଇଛି
B.Ed Courses

B.Ed Courses

Advertisment

ପିଜିକୁ ନା, ବିଏଡ୍ ପାଇଁ ଲକ୍ଷାଧିକ ଆବେଦନ । ରାଜ୍ୟରେ ସାଧାରଣ ପାଠ୍ୟକ୍ରମ ଅପେକ୍ଷା ବୃତ୍ତିଗତ ପାଠ୍ୟକ୍ରମ ପ୍ରତି ବଢୁଛି ଆଗ୍ରହ । ବିଶେଷ କରି B.Ed କରିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି । ଚାକିରି ସମ୍ଭାବନା ଅଧିକ ଏବଂ ଜିଲ୍ଲା ତଥା ରାଜ୍ୟ ଭିତରେ ନିଯୁକ୍ତି ସୁଯୋଗ ପିଲାଙ୍କୁ ଟାଣି ଆଣୁଛି B.Ed କରିବାକୁ । 

Advertisment

ରାଜ୍ୟରେ ବୃତ୍ତିଗତ ପାଠ୍ୟକ୍ରମ ପ୍ରତି ବଢୁଛି ଆଗ୍ରହ । PG ପଢିବାକୁ ଇଚ୍ଛା କମ୍, B.Ed ପାଇଁ ମାଳ ମାଳ ଆବେଦନ । ପାଠପଢା ସରୁ ସରୁ ଚାକିରି ଦରକାର । ସେଥିପାଇଁ ସାଧାରଣ ପାଠ୍ୟକ୍ରମ ଅପେକ୍ଷା ବୃତ୍ତିଗତ ଶିକ୍ଷା ପାଇଁ ରେସ୍ ଚାଲିଛି ପିଲାଙ୍କ ମଧ୍ୟରେ । ଆଉ ସବୁଠୁ ଆଗରେ ରହିଛି B.Ed । ରାଜ୍ୟର ୩୧ଟି ଶିକ୍ଷାନୁଷ୍ଠାନରେ ରହିଛି B.Ed, B.H.ED ଏବଂ M.ED କୋର୍ସ । ଏଥିରୁ B.Ed ପାଇଁ ମୋଟ୍ ସିଟ୍ ସଂଖ୍ୟା ୨ହଜାର ୭୫୦ । ଏବର୍ଷ ଆବେଦନ କରିଛନ୍ତି ୧ ଲକ୍ଷ ୨୯ ହଜାର ୭୧୨ ଜଣ ଛାତ୍ରଛାତ୍ରୀ । ସେଥିରୁ କେବଳ B.Ed ପାଇଁ ୧ ଲକ୍ଷ ୨୬ ହଜାର ୧୨୫ ଜଣ, B.H.Ed ପାଇଁ ୧୯୩୬ ଏବଂ M.Ed  ପାଇଁ ଅନଲାଇନରେ ଆବେଦନ କରିଛନ୍ତି ୧୬୫୧ ଜଣ । 

ଅଧିକ ପଢନ୍ତୁ : ତୁଳସୀ ତୁଳସୀ ମହକିବ ସହର, ମନ୍ତ୍ରୀ କହିଲେ...

ବଡ଼ କଥା ହେଲା B.Ed କରିବାକୁ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଆଗ୍ରହୀ। ମୋଟ ୮୬ ହଜାର ୯୩ ଜଣ ମହିଳା ଏଥିପାଇଁ ଆବେଦନ କରିଥିବା ବେଳେ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୪୩ ହଜାର ୬୧୨ ଜଣ । ଚାକିରି ସମ୍ଭାବନା ଅଧିକ, ଜିଲ୍ଲା ତଥା ରାଜ୍ୟ ଭିତରେ ନିଯୁକ୍ତି ଏବଂ ଶିକ୍ଷକତା କରିବା ଆଗ୍ରହରେ B.Ed ପାଇଁ ବଢୁଛି ଆଗ୍ରହ। 

Advertisment

କେବଳ B.Ed ପାଇଁ ଗତବର୍ଷ ୨ ହଜାର ୩୫୦ ସିଟ୍‌ ରେ ଆବେଦନ କରିଥିଲେ ୯୩ ହଜାର ୧୪୭ ଛାତ୍ରଛାତ୍ରୀ । ଏ ବର୍ଷ ଏହି ସଂଖ୍ୟା ବଢି ୧ ଲକ୍ଷ ୨୬ ହଜାର ୧୨୫ରେ ପହଁଚିଛି । ଚଳିତ ବର୍ଷ ଯୁକ୍ତ ଦୁଇ ପରେ ରାଜ୍ୟରେ ଛାତ୍ରଛାତ୍ରୀ ସିଧାସଳଖ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ B.Ed ପାଇଁ କମନ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ କରିପାରିବେ ବୋଲି ଘୋଷଣା କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଏହାପରେ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢିଛି । 

ଅନ୍ୟପଟେ ଏଯାଏ ରାଜ୍ୟରେ ପିଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନି। କେବଳ ଗ୍ରାଜୁଏସନ୍ ପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ସରିଥିବା ବେଳେ ଆଜି ସୁଦ୍ଧା ଫାଙ୍କା ପଡିଛି ୨୧ହଜାର ୩୩୨ ସିଟ୍ । ଶିକ୍ଷାବିତଙ୍କ କହିବା କଥା B.Ed ପରେ ରାଜ୍ୟରେ ନିଯୁକ୍ତି ସୁଯୋଗ ଅଧିକ । ଝିଅମାନଙ୍କ କ୍ଷେତ୍ରରେ ଶିକ୍ଷକ ଚାକିରି ପାଇବା ଅପେକ୍ଷାକୃତ ସହଜ । ରାଜ୍ୟରେ ଅନ୍ୟ କ୍ଷେତ୍ରରେ ନିଯୁକ୍ତିର କମ୍ ସମ୍ଭାବନା ଥିବାରୁ ଶିକ୍ଷକ ଚାକିରିକୁ ଅଧିକ ପସନ୍ଦ କରୁଛନ୍ତି। 

Advertisment

ରାଜ୍ୟରେ ହାତଗଣତି ବିଶ୍ୱବିଦ୍ୟାଳୟ ଓ କଲେଜରେ ବିଇଡି, ଏମଇଡି ପାଠ୍ୟକ୍ରମ ଥିବାବେଳେ ଅନେକ ଶିକ୍ଷାନୁଷ୍ଠାନରେ ଏହି ସୁଯୋଗ ନାହିଁ । ତେଣୁ ଅଳ୍ପ ସିଟ୍‌କୁ ବହୁତ ପିଲାଙ୍କ ଆଶା ବଢି ବଢି ଚାଲିଛି । ତେଣେ ସାଧାରଣ ପାଠ୍ୟକ୍ରମରେ ନିଯୁକ୍ତି ସୁଯୋଗ ନଥିବାରୁ ଏଥିପ୍ରତି ଇଛା କମୁଛି ।  

ଅଧିକ ପଢନ୍ତୁ: କେଉଁ ରାଜାଙ୍କ ଶାସନ କାଳରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

Govt Teacher Odisha Education News Job Opportunities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ