• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଯାହା ଦେଖିଲେ ବି କେବେ ବିଶ୍ବାସ କରିପାରିବେନି । ଗୋବର ଗନ୍ଧରେ ନାକ ଫାଟି ପଡ଼ୁଛି । ହେଲେ ସେଇଠି ପାଠ ପଢ଼ୁଛନ୍ତି କୁନିକୁନି ପିଲା । ସତେ ଯେମିତି ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶିକ୍ଷା ବ୍ୟବସ୍ଥା । ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଳକର ଡୁମେରି ପ୍ରାଥମିକବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତ ତିନି ବର୍ଷ ଧରି ଏମିତି ଅବ୍ୟବସ୍ଥା ଭିତରେ ପାଠ ପଢ଼ୁଛନ୍ତି । ସ୍କୁଲ୍ ଘର୍ ଭାଙ୍ଗି ଯାଇଥିବାରୁ କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ଅନ୍ୟ ସ୍କୁଲରେ ନାମ ଲେଖାଇଥିବା କହିଛନ୍ତି ଗ୍ରାମବାସୀ ।

ସ୍କୁଲ ଘର ନଥିବା କାରଣରୁ ପିଲାମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପିଲାମାନେ ପାଠପଢ଼ିବାକୁ ହଇରାଣ ହେଉଥିବାବେଳେ ମଧ୍ୟାହ୍ନ ଭୋଜନ ଯୋଜନା ବି ଫେଲ୍‌ ମାରିଛି । ଏଭଳି ସ୍ଥିତିରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍‌ ଚିନ୍ତାରେ ରହିଛନ୍ତି ଅଭିଭାବକ । 

ଏପଟେ ନୂଆ ସ୍କୁଲ ଘର ପାଇଁ ଟେଣ୍ଡର ହୋଇଛି । କମ ଦିନ ମଧ୍ୟରେ ସ୍କୁଲ ଘର ତିଆରି କରାଯିବା ନେଇ କହିଛନ୍ତି ଏମ ରାମପୁର ABO । ଯଦି ପ୍ରଶାସନ ଓ ସରକାର ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହି କୁନି କୁନି ପିଲାଙ୍କ ଭବିଷ୍ୟତ ସଠିକ୍‌ ଭାବେ ଗଢ଼ି ହୋଇପାରନ୍ତା ।

  • Reported by:
  • Rajkumar Shingdeo

OTV is now on Whatsapp

Join and get latest news update delivered to you via whatsapp

Join Now