Advertisment

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା..

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

author-image
Otv Khabar Bureau
Education System

Education System

ଗୋଟିଏ କୋଠରୀରେ ଚାଲିଛି ପାଠପଢ଼ା । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢା ହେଉଛି । ୬୨ ପିଲାଙ୍କ ପାଇଁ  ସ୍କୁଲରେ ଅଛି ମାତ୍ର ଗୋଟିଏ ଶ୍ରେଣୀଗୃହ । ଆଉ ତାହାରି ମଧ୍ୟରେ ଚାଲିଛି ପାଠ ପଢା । ସ୍ଥିତି ଏମିତି କି ଗୋଟିଏ କଳାପଟାରେ ଦୁଇଟି ଶ୍ରେଣୀର ପିଲାମାନେ ଏକା ସାଙ୍ଗରେ ପାଠ ପଢ଼ନ୍ତି ।

Advertisment

ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡର କଲୋନୀପଡା ପ୍ରାଥମିକ ବିଦ୍ୟାଳୟର । ପାଖଆଖ ଅଞ୍ଚଳରୁ ପ୍ରାୟ ୭୦ ଜଣ ପିଲା ଏହି ସ୍କୁଲରେ ପାଠ ପଢନ୍ତି । ହେଲେ ସ୍କୁଲରେ ସଠିକ୍‌ ଭାବରେ ପାଠ ପଢାଯାଇପାରୁନଥିବା ଅଭିଯୋଗ ହୋଇଛି । ଯଦି ଗୋଟିଏ ମାତ୍ର କୋଠରୀରେ ୫ଟି ଶ୍ରେଣୀର ପିଲା ଏକା ସାଙ୍ଗରେ ପାଠ ପଢିବେ । ତେବେ ଥରେ ଚିନ୍ତା କରନ୍ତୁ କେମିତି ସ୍କୁଲରେ ପଢାଯାଉଥିବ ପାଠ।

ସ୍କୁଲରେ ଅଛନ୍ତି ତିନି ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । କିନ୍ତୁ କଠୋରୀର ଅଭାବ ପାଇଁ ଗୋଟିଏ କକ୍ଷରେ ପାଞ୍ଚଟି କ୍ଲାସ୍‌ର ପିଲାଙ୍କୁ ପଢାଇବାକୁ ହେବ। ଶିକ୍ଷକ ଯେତେବେଳେ ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ପିଲାମାନେ ସେଇ ଶ୍ରେଣୀର ପାଠ ଶୁଣୁଛନ୍ତି । ପୂର୍ବରୁ ସ୍କୁଲରେ ଅଧିକ କୋଠରୀ ଥିଲା ଆଉ ପିଲା ବି ଭଲରେ ପାଠ ପଢୁଥିଲେ। ହେଲେ କୋଠା ଘରର ଛାତରୁ ସ୍ଲାବ୍‌ ପଡ଼ିବା ପରେ ସେଇ କୋଠରୀରେ ପିଲାଙ୍କୁ ବସାଇ ପାଠ ପଢିବାକୁ ଉଚିତ୍‌ ମନେକଲେଇଣି ପ୍ରଧାନଶିକ୍ଷକ।

Advertisment

ସୁରକ୍ଷା ଦୃଷ୍ଟିରୁ ବାଧ୍ୟ ହୋଇ ଗୋଟିଏ କ୍ଲାସ୍‌ରେ ପିଲାଙ୍କୁ ପଢାଯାଉଥିବା ଜଣାପଡ଼ିଛି । ସ୍କୁଲ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ବାରମ୍ବାର କୁହାଯାଇଛି, କିନ୍ତୁ କୌଣସି ସୁଫଳ ମିଳିନି। ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି । କେବେ ନୂତନ ଶ୍ରେଣୀ କୋଠରୀ ହେବ ଆଉ ପିଲାଏ ତାଙ୍କ ନିଜ ନିଜ କୋଠରୀରେ ପଢିବେ ସେ ଦିନକୁ ଅପେକ୍ଷା ସମସ୍ତଙ୍କର।

ରିପୋର୍ଟର- ମାୟାଧର ସରାଫ

Special Story Odisha School Education System
Advertisment
Advertisment