• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିନକ ପରେ ଅର୍ଥାତ୍ ଆସନ୍ତା ୬ତାରିଖ ବୁଧବାରରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପରୀକ୍ଷାର୍ଥୀ ମାନେ ୱେବ୍‌ସାଇଟ୍‌ ଓ ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ଜାଣିପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଛି । ଏଥିଲାଗି ମେଧାବୀ ଛାତ୍ରଛାତ୍ରୀ ଆଶାନୁରୂପ ଫଳ ପାଇବେ ବୋଲି ଆଶା ରଖିଛନ୍ତି ।

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ ।  ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ଓ ORISSARESULTS.NIC.IN ୱେବସାଇଟ୍ ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦  ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ ।

ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଅଫ୍ ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି । ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମେ' ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।

ପୂର୍ବ ଦୁଇ ବର୍ଷ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ଦିଆଯାଇଥିବାରୁ ପାସ୍ ହାର ରେକର୍ଡ ଟପି ଥିଲା । ହେଲେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ମୁତାବକ ମାର୍କ ମିଳିନଥିବା ଅଭିଯୋଗ ଆସିଥିଲା । ଏପରିକି ବୋର୍ଡ଼ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସ୍କୁଲ୍ ଯାଏଁ ସବୁଠି ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ପରୀକ୍ଷାର୍ଥୀ ପ୍ରଦର୍ଶନ ମୁତାବକ ଫଳ ପାଇବେ ବୋଲି ଆଶା ରଖିଛନ୍ତି ।

ରିପୋର୍ଟର- ପୱନ ତିଓ୍ୱାରୀ, ରଶ୍ମିରଞ୍ଜନ ଦାସ, ଦେବାଶିଷ ମହାନ୍ତି ଓ ଜଗଦୀଶ ଦାସ