Advertisment

​​​​​​​ମାଟ୍ରିକ ପରୀକ୍ଷାକୁ ୩ ଦିନ, କପି ରୋକିବାକୁ ଜୋରଦାର କସରତ

ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।

ଅଦ୍ୟତନ ହୋଇଛି
Odisha Matriculation Exam

Matric Exam

Advertisment

ତିନି ଦିନ ପରେ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ୍ ପରୀକ୍ଷା । ସମେଟିଭ୍-ଟୁ ପାଇଁ ବୋର୍ଡ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ । ଫୋକସରେ ରହିଛି କପି ବନ୍ଦ କରିବା ଓ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବା । କାହିଁକି ନା ବିଗତ ବର୍ଷଗୁଡ଼ିକରେ ମାଟ୍ରିକ୍ ପରୀକ୍ଷା ଚାଲୁଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ନଜିର୍ ରହିଛି । କପି ରୋକିବାକୁ ପ୍ରାଥମିକତା ଦେଇ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Advertisment

ବିଭାଗୀୟ ମନ୍ତ୍ରୀ କହିଛନ୍ତି, ପରୀକ୍ଷା କେନ୍ଦ୍ରଗୁଡିକୁ ଏହି ସ୍କ୍ୱାଡ୍ ସରପ୍ରାଇଜ୍ ଭିଜିଟ କରିବ। ସେହିପରି ଯେତେ ସମ୍ଭବ CCTV ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ସେଟ୍ ଗୁଡ଼ିକ ହବକୁ ପଠାସରିଛି । ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି । 

ଏପଟେ ମାଟ୍ରିକ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଖରା ବଢୁଥିବାରୁ ପରୀକ୍ଷା ସମୟରେ ବିଦ୍ୟୁତ କାଟ୍ ହେବ ନାହିଁ। ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଦେଇଥିବା ବୋର୍ଡ ଉପସଭାପତି କହିଛନ୍ତି। ପରୀକ୍ଷା ହଲକୁ ମୋବାଇଲ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହ ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କ ପାଖରେ ମୋବାଇଲ ଡିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଚଳିତ ଥର ୫ ଲକ୍ଷ ୩୨ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ କରିଛନ୍ତି । ୩ ହଜାର ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ସେଥିମଧ୍ୟରୁ ୨୨ଟି ନୋଡାଲ୍ ସେଣ୍ଟର ପୋଲିସ୍ ଥାନାରେ କରାଯାଇଛି। ସମେଟିଭ୍ ୱାନ୍‌ରୁ ୪୦ ପ୍ରତିଶତ, ସମେଟିଭ୍‌-ଟୁ ରୁ ୪୦ ପ୍ରତିଶତ ଓ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଏଥର ଫଳ ପ୍ରକାଶ କରାଯିବ ।

Exam Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ