• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅତି ଅସ୍ୱାସ୍ଥ୍ୟକର ପରିବେଶ । ଗୁହାଳ ଘର ଠାରୁ ବି ହୀନ। ପିଣ୍ଡା ସାରା ଗୋବର ଗଦା ଗଦା। ତାରି ପାଖରେ ବସି କୁନି କୁନି ପିଲାମାନେ ଖାଉଛନ୍ତି ଭାତ ଆଉ ଡାଲମା । ଭଦ୍ରକ ଧାମନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ବା ବିଇଓଙ୍କ ଅଫିସ ଠାରୁ ମାତ୍ର ୫୦ରୁ ୧୦୦ ମିଟର ପଛକୁ ଥିବା ର ସ୍କୁଲରେ ପିଲାଙ୍କୁ ଏମିତି ଦିଆଯାଉଛି ମଧ୍ୟାହ୍ନ ଭୋଜନ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୋଟିଏ ପଟେ ଅସ୍ୱାସ୍ଥ୍ୟକର ପରିବେଶ ଅନ୍ୟପଟେ ପିଲାଙ୍କୁ ଖାଦ୍ୟ ନାମରେ ଅଖାଦ୍ୟ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ପିଲାଙ୍କୁ ଦିଆଯାଇଥିବା ଡାଲମାରେ ଖାଲି ପାଣି ହିଁ ପାଣି । ହଳଦୀ ବି ଠିକରେ ପଡ଼ିନି । ଦରସିଝା ହରଡ଼ ଡାଲି ତଳେ ବସି ଯାଇଥିବା ବେଳେ ଉପରେ ପାଣି ଭାସୁଛି । ଚାମଚରେ ଟେକିଦେଲେ ଡାଲିର ଦାନା ଅଲଗା ଦେଖା ଦେଖାଯାଉଛି । ଆଉ ଡାଲମାରେ ନାଁକୁ ମାତ୍ର ଆଳୁ ଖଣ୍ଡେ ଖଣ୍ଡେ ପଡ଼ିଥିବା ବେଳେଗୋଟେ ଗୋଟେ ଜିରା ଓ ଲଙ୍କା ମଞ୍ଜି ଭାସୁଥିବାର ଦେଖା ଯାଉଛି ।

ତେବେ ଏହି ସ୍କୁଲ ଭଦ୍ରକ ଧାମନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ବା ବିଇଓଙ୍କ ଅଫିସ ଠାରୁ ମାତ୍ର ୫୦ରୁ ୧୦୦ ମିଟର ଦୂରରେ ଅବସ୍ଥିତ । ଗତ ୨୯ ତାରିଖ ଶୁକ୍ରବାର ଦିନ ଫିଡର ସ୍କୁଲ ପରିଚାଳନା କମିଟିର ସଭାପତି ଅଭିମନ୍ୟୁ ସେଠୀ ବିଦ୍ୟାଳୟକୁ ଯାଇଥିଲେ । ଆସି ପହଞ୍ଚିବା ବେଳକୁ କୁନି କୁନି ପିଲାମାନେ ଗୋବର ଗଦା ପାଖରେ ଖାଇବା ଖାଉଛନ୍ତି । ଏହାଠୁ ଦୟନୀୟ ସ୍ଥିତି ଆଉ କ’ଣ ହୋଇପାରେ ।