Advertisment

School Controversy: ଆମ ଦିଦିଙ୍କ ନାଁରେ ମିଛ ଅଭିଯୋଗ; ସ୍କୁଲ୍ ଆଗରେ ଛାତ୍ର-ଛାତ୍ରୀଙ୍କ ବିକ୍ଷୋଭ

ଆମ ଦିଦିଙ୍କୁ ଫେରେଇ ଦିଅ। ଆମ ଦିଦିଙ୍କୁ ନ୍ୟାୟ ମିଳୁ। ଆମ ଦିଦିଙ୍କର କିଛି ଭୁଲ୍ ନାହିଁ। ଦିଦିଙ୍କ ନାଁରେ ମିଛ ଅଭିଯୋଗ ଦିଆଯାଇଛି। ପିଲାମାନଙ୍କ ଏଭଳି ଆନ୍ଦୋଳନରେ ଫାଟି ପଡୁଛି ସ୍କୁଲ୍ ପରିସର। ଛାତ୍ର-ଛାତ୍ରୀମାନେ ବାଉଁସ ବାଡ ପକାଇ ରାସ୍ତା ରୋକ୍ କରିଛନ୍ତି ଆଉ ବିକ୍ଷୋଭ କରୁଛନ୍ତି।

author-image
Prasan Subudhi
ପିଲାଙ୍କ ବିକ୍ଷୋଭ

ପିଲାଙ୍କ ବିକ୍ଷୋଭ

ଏହି ଦୃଶ୍ୟ ହେଉଛି କଟକ ଜିଲ୍ଲା କିଶନ ନଗର ଥାନା ମଣିଜଙ୍ଗ ଗାଁର। ପିଲାମାନଙ୍କ ଆନ୍ଦୋଳନରେ ଫାଟି ପଡୁଛି ଭଗବତୀ ଉଚ୍ଚ ପ୍ରାଥମିକ ସ୍କୁଲ୍ ପରିସର। ଛାତ୍ର-ଛାତ୍ରୀମାନେ ବାଉଁସ ବାଡ ପକାଇ ରାସ୍ତା ରୋକ୍ କରିଛନ୍ତି ଆଉ ବିକ୍ଷୋଭ କରୁଛନ୍ତି। 

Advertisment

ସେମାନଙ୍କ ଦିଦିଙ୍କୁ ଗିରଫ କରାଯାଇଛି ଆଉ ନିଲମ୍ବନ କରାଯାଇଛି। ତାଙ୍କର କିଛି ଭୁଲ୍ ନ ଥାଇ ମିଛ ଅଭିଯୋଗରେ ତାଙ୍କ ସହିତ ଏପରି ହୋଇଛି ବୋଲି କହି ତାତିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସେଥିପାଇଁ ସ୍କୁଲ୍ ପରିସର ବିକ୍ଷୋଭରେ ଫାଟି ପଡୁଛି। 

ଛାତ୍ରଙ୍କୁ ମାଡ଼ ମାରିବା ଆଉ ଥାନାରେ ଏତେଲା ପରେ ପୋଲିସ୍ ପ୍ରଧାନ ଶିକ୍ଷୟତ୍ରୀ ତନୁପ୍ରିୟା ପୃଷ୍ଟିଙ୍କୁ ଗିରଫ ନେଇଯାଇଛନ୍ତି। ତେବେ ଦିଦିଙ୍କୁ ମିଛ ଅଭିଯୋଗରେ ଗିରଫ କରାଯାଇଥିବାରୁ ତାଙ୍କୁ ସସମ୍ମାନେ ଫେରାଇ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Advertisment

ଅନ୍ୟପଟେ ଏହି ଘଟଣା ବିଷୟରେ ବିଭାଗ ଅବଗତ ଅଛି ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି CRCC କହିଛନ୍ତି।

ଏହି ଘଟଣାରେ ଅଭିଯୋଗକାରୀ ଛାତ୍ର କିମ୍ବା ତାଙ୍କ ଅଭିଭାବକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ସ୍ଥିତି ସ୍ୱାଭାବିକ କରି ପାଠପଢା ସ୍ୱାଭାବିକ କରିବା ପାଇଁ ପିଲାମାନଙ୍କ ସହିତ ଅଭିଭାବକମାନଙ୍କୁ ବୁଝାଯାଇଛି ବୋଲି ସାଲେପୁର sdpo କହିଛନ୍ତି।

Student Head-master Schools Student Strike
Advertisment
Advertisment