ସ୍କୁଲରେ ଜମୁଛି ଅସାମାଜିକଙ୍କ ଆଡ୍ଡା ! ମଦ ପିଇବା ପରେ ଏଠିସେଠି ଫିଙ୍ଗୁଛନ୍ତି ମଦ ବୋତଲ

ବୁଲା କୁକୁରଙ୍କ ବି ଉତ୍ପାତ ଅଧିକ

ସ୍କୁଲର ଏ କି ପ୍ରକାର ଅବସ୍ଥା

ସ୍କୁଲ ସାମ୍ନାରେ ଗଦା ଗଦା ମଦ ବୋତଲ । କେଉଁଠି ଗାଈ ଗୋରୁ ବୁଲୁଛନ୍ତି ତ କେଉଁଠି ବୁଲା କୁକୁରଙ୍କ ଉତ୍ପାତ । ବଲାଙ୍ଗିର ସହର ୧ ନମ୍ବର ଓ୍ୱାର୍ଡର ଲାଲଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏପରି ଦୃଶ୍ୟ ଦଖେିବା ପାଇଁ ମିଳୁଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ସ୍କୁଲଟି ସ୍ଥାପନା ହୋଇଥିଲା ୧୯୭୮ ମସିହାରେ । ସେହି ଦିନ ଠାରୁ ସ୍କୁଲରେ ପାଚେରୀ ଟିଏ ନିମାର୍ଣ ହୋଇପାରିନାହିଁ । ଯାହା ଫଳରେ ସ୍କୁଲ ସାମ୍ନା ଦେଇ ଲୋକେ ଆରାମରେ ଯିବା ଆସିବା କରୁଛନ୍ତି । 

ସ୍କୁଲ ଛୁଟି ହେବା ପରେ ଏଠାରେ ଜମୁଛି ଅସାମାଜିକ ଲୋକଙ୍କ ଆଡ୍ଡା । ବିଲମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ମଦର ଆସର । ମଦ ପିଇବା ପରେ ଏଠି ସେଠି ମଦ ବୋତଳ ଫିଙ୍ଗୁଛନ୍ତି ମଦ୍ୟପ । ଯାହା ଫଳରେ ଗୋଡରେ ବୋତଳର କାଚ ପଶି ଯିବାରୁ ଅନେକ ଥର ଗୁରୁତର ହେଉଛନ୍ତି ଛାତ୍ରଛାତ୍ରୀ ।  ଶ୍ରଣେୀ ଗୃହ ଭିତରେ ପାଠପଢା ଚାଲିଥିବା ବେଳେ,  ସ୍କୁଲ ସାମ୍ନାରେ ଉତ୍ପାତ କରୁଛନ୍ତି ବୁଲା ଜୀବଜନ୍ତୁ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏପରିକି ଅନେକ ଥର  ଛୋଟ ଛୋଟ ଛୁଆ ମାନେ ଗାଇ ଏବଂ କୁକୁରଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି ଛାତ୍ରୀଛାତ୍ରୀ । 

୧୯୭୮ ମସିହାରେ ଆରମ୍ଭ ହୋଇଥିବା ଲାଲଟିକ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶେ୍ରଣୀ ପଯ୍ର୍ୟନ୍ତ ୧୯୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଆଠଟି ଶ୍ରେଣୀକୁ ରହିଛି ମାତ୍ର ୪ ଟି କଠୋରୀ । ସେ ଭିତରୁ ଅନେକ କଠୋରୀ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।  ସ୍କୁଲରେ ଆବଶ୍ୟକ ଶିକ୍ଷକ ବି ନାହାନ୍ତି । ଏପରିକି ସ୍କୁଲରେ ଭଲ ରୋଷେଇ ଘରଟିଏ ନାହିଁ । ସ୍କୁଲ ପରିସରରେ ଥିବା ନଳକୂପରେ ଫେ୍ଳାରାଇଡା ପାଣି ବାହାରୁଥିବାରୁ  ପିଇବା ପାଣିର ବି ସମସ୍ୟା । ଏନେଇ ପ୍ରଶାସନର ଦୃଷ୍ଟି ଆର୍କଷଣ କରାଯାଇଛି  କିନ୍ତୁ ଫଳ ଶୂନ । ସପେଟେ  ସ୍କୁଲ ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା .. ।

ଦେଖନ୍ତୁ ଭିଡିଓ | ପେଟେ ପିଇ ଦେଇ ସ୍କୁଲରେ ପହଞ୍ଚିଲେ ଶିକ୍ଷକ। ଅଶ୍ଳୀଳ ଭାଷା କହିଲେ, ପିଲାଙ୍କୁ ବାଡେଇଲେ