Advertisment

ପୁଣି କେବେ ଖୋଲିବ ସ୍କୁଲ୍‌ ? ଜାଣନ୍ତୁ, କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି।

author-image
Rajalaxmi Sahoo
 Reopening Of Schools

Reopening Of Schools

ରାଜ୍ୟରେ ହିଟ୍‌ ୱେଭ୍‌ ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।

Advertisment

୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି। ତେବେ ୩୦ ତାରିଖ ପରେ ହିଟ୍‌ ୱେଭ୍‌ ସ୍ଥିତି ଦେଖି ସ୍କୁଲ ଖୋଲିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି।

ଗତ କିଛି ଦିନ ଧରି ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ପାଇଁ ଅଭିଭାବକ ମହଲରେ ଦାବି ହୋଇ ଆସୁଥିଲା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫ ଦିନ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। 

Advertisment
Reopening Of Schools Reopening Of Schools In Odisha
Advertisment
Advertisment