Advertisment

ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠୁ ଖୋଲିଲା ସ୍କୁଲ

କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଖୋଲିଲା ସ୍କୁଲ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ  ଆଜିଠୁ ଖୋଲିଲା ସ୍କୁଲ

Schools Reopen

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଖୋଲିଲା ସ୍କୁଲ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଛି। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଛି। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। ଦୀର୍ଘ ଦିନ ପରେ ସ୍କୁଲ ଖୋଲି ଥିବାରୁ ପିଲାମାନେ ମଧ୍ୟ ଉତ୍ସାହିତ ଅଛନ୍ତି। କିନ୍ତୁ ମନରେ ମହାମାରୀକୁ ନେଇ ଡର ଥିବା ଛାତ୍ରଛାତ୍ରୀ କହିଛନ୍ତି। 

Advertisment

ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶ କିଛିଦିନ ପୂର୍ବେ  କହିଥିଲେ। ମନ୍ତ୍ରୀ ସୂଚନା ଦେଇଥିଲେ, ପ୍ରାୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇଛନ୍ତି। ଯେଉଁମାନେ ନେଇ ନ ଥିବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ କହିଛୁ।ସେହିପରି ସ୍କୁଲକୁ ଆସୁଥିବା ପିଲାଙ୍କ ଅଭିଭାବକଙ୍କ ସହମତି ଆବଶ୍ୟକ। ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Also Read

Advertisment

ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କିଛିଦିନ ପୂର୍ବେ ସୂଚନା ଦେଇଥିଲେ। ସାମାଜିକ ଦୂରତା ରଖି କ୍ଲାସ୍‌ରେ ୨୦ ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ। ନିୟମିତ ଭାବେ ପୁରା ସ୍କୁଲ୍‌କୁ ସାନିଟାଇଜ୍‌ କରାଯିବ। ସେହିପରି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ଏହାସହ ସ୍କୁଲ୍‌ରେ ଆଇସୋଲେସନ ରୁମ ମଧ୍ୟ ରହିବ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ। ସେହିପରି ୨୬ ତାରିଖରୁ ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

Schools Reopen Schools Reopen Odisha
Advertisment
Advertisment