• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଯିଏ ପରୀକ୍ଷା ନିୟନ୍ତ୍ରକ ସିଏ ପରୀକ୍ଷାର୍ଥୀ । ନିଜେ ପ୍ରଶ୍ନ ପ୍ରସ୍ତୁତ କରିବେ, ଖାତା ବି ନିଜେ ମୂଲ୍ୟାୟନ କରିବେ । ଫାଇଭ୍ ଟି ନିୟମ ଉପରେ ଏହା ଏକ ଶକ୍ତ ଚାପୁଡ଼ା ।’

ରାଜ୍ୟର ଥିବା ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସାଂଘାତିକ କେଳେଙ୍କାରୀ । ପ୍ରଥମେ ମହିଳାଙ୍କ ସ୍ଥାନରେ ପୁରୁଷ ଅଧ୍ୟାପକ ସୁପ୍ରୀତ ପାଣିଗ୍ରାହୀଙ୍କୁ ପି.ଏଚ୍‌ଡି ପାଇଁ ଆଡ୍‌ମିଶନ ଦେଲେ କର୍ତ୍ତୃପକ୍ଷ । ଏନେଇ ସିଣ୍ଡିକେଟ୍‌ରେ ନିୟମ ପାରିତ କରାଗଲା । ଯାହାକୁ ଶିକ୍ଷାବିତ୍‌ ମହଲରେ ପ୍ରବଳ ନିନ୍ଦା କରାଯାଇଥିଲେ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାହାରି କଥା ଶୁଣିନଥିଲେ ।

ଆଉ ଏବେ ଆରଟିଆଇରୁ ଯେଉଁ ତଥ୍ୟ ଆସିଛି ତାହା ଆଖି ଖୋସିଲା ଭଳି । ସୁପ୍ରୀତ ଜଣେ ପିଏଚ୍‌ଡି ଛାତ୍ର ହୋଇ ବି ତାଙ୍କୁ ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱ ଦେଇଛନ୍ତି କର୍ତ୍ତୃପକ୍ଷ । ପ୍ରଶ୍ନ ଉଠୁଛି ଜଣେ ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ରହି କିପରି ପିଏଚ୍‌ଡି କରିପାରିବେ । ଯାହାକୁ ନେଇ ଦେଖାଦେଇଛି ବିବାଦ । ପୂର୍ବତନ କୂଳପତିଙ୍କ ମତରେ ଏହା କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ।

RTIରେ ୟୁନିଭରସିଟି ଗ୍ରାଣ୍ଟ କମିଶନଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତୀୟ ପଚରାଯାଇଥିବା ୬ଟି ପ୍ରଶ୍ନରୁ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ମିଳିଛି । ତାହା ହେଲା ଦେଶର କୌଣସି ମହିଳା ବିଶ୍ୱବିଦ୍ୟାଳୟରେ ପୁରୁଷଙ୍କୁ ଆଡମିଶନ୍ ଦିଆଯାଇନାହିଁ ।

ଅନ୍ୟ ପାଞ୍ଚଟି ପ୍ରଶ୍ନର ଉତ୍ତର ଦେବା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲା ୟୁଜିସି । ଏହାପରେ ରମାଦେବୀ କର୍ତ୍ତୃପକ୍ଷ ଉତ୍ତର ଦେଇଛନ୍ତି, ପୁରୁଷ ଅଧ୍ୟାପକଙ୍କୁ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଅନୁମତି ଦେବା ଫଳରେ ଓଡ଼ିଶା ଗେଜେଟ୍ ବିଜ୍ଞପ୍ତିର କୌଣସି ପ୍ରକାର ବିରୋଧ ହୋଇନାହିଁ । ପୁରୁଷ ଅଧ୍ୟାପକଙ୍କ ଆଡମିଶନ ଦ୍ୱାରା କୌଣସି ମହିଳା ଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଖାଲି ସେତିକି ନୁହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ ଏହା କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନୁହେଁ । ଯେହେତୁ ପୂର୍ବରୁ ୪ ଜଣ ଉପ ପରୀକ୍ଷା ନିୟନ୍ତ୍ରକ ଅଛନ୍ତି ।

ତେବେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଅଜବ ଯୁକ୍ତିକୁ ନେଇ ଶିକ୍ଷାବିତ ମହଲରେ ପ୍ରଶ୍ନ ଉଠିଛି । ସେପଟେ ବିଶ୍ୱବିଦ୍ୟାଳୟ କୁଳପତି ମଧ୍ୟ କହିଛନ୍ତି କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ । 

ଏଠି ପ୍ରଶ୍ନ ଉଠୁଛି କାହିଁକି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ପୁରୁଷ ଫାକଲ୍ଟି ପାଇଁ ସବୁ ନିୟମକୁ ଜଳାଞ୍ଜଳି ଦେଇଦେଉଛନ୍ତି । ନାରୀ ସଶକ୍ତିକରଣ କଥା କହୁଥିବା ସରକାର, ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିୟମକୁ ନେଇ କାହିଁକି ଚୁପ୍ ।

  • Reported by:
  • JAGDISH DAS , ARACHANA SATPATHY