• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ । ଖୋଲିବ ସାମ୍ସ ପୋର୍ଟାଲ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ ୨୦ ଯାଏ ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନ୍ ଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୯ ଜୁଲାଇରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠ ପଢା ।

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆଜିଠୁ ଆବେଦନ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ । ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି । ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ WIFI ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ GB ଡାଟା ଫ୍ରି ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାର ବାସ୍ତବିକତାକୁ ନେଇ ଶିକ୍ଷାବିତ୍ ଉଠାଇଛନ୍ତି ପ୍ରଶ୍ନ ।

ତେବେ ସିଟ୍ ଅଭାବ ପାଇଁ ଭଲ କଲେଜରେ ସିଟ ମିଳିବ ନା ନାହିଁ ତାକୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୧୦୬ଟି ହାଇସ୍କୁଲକୁ ଦ୍ୱାଦଶ ଯାଏ ଅପ୍ ଗ୍ରେଡ କରାଯାଇଛି । ଯେଉଁଠି ୧୩ ହଜାର ସିଟ ଅଛି । ତଥାପି କିଛି ସ୍ଥାନରେ ସିଟ୍ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି ।

  • Reported by:
  • JAGDISH DAS