• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହେବ । ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହେବ । ଜୁନ୍ ୪ରେ ଖାତା ଦେଖା ବନ୍ଦ ରହିବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ  ସୂଚନା  ଦେଇଥିଲେ।

ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ ୨ ଆରମ୍ଭ ହୋଇ ୧୨ ତାରିଖ ତାରିଖ ପର୍ଯ୍ୟନ୍ତ ହେବ । ଏହି ସମୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ଆରମ୍ଭ ହେବ । ସେଥିମଧ୍ୟରେ  ପଲଟିକାଲ ସାଇନ୍ସ, ହିଷ୍ଟ୍ରି, ଓଡ଼ିଆ, ଏଜୁକେଶନ, ଫିଜିକ୍ସ, କେମେଷ୍ଟ୍ରି, ଅର୍ଥନୀତି, ଇଂଲିଶ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଜୁନ ୧୩ରୁ  ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ । ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ । ଜୁନ୍ ୪ରେ ଖାତା ଦେଖା ବନ୍ଦ ରହିବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି।