Advertisment

ସପ୍ତାହେ ହେଲା ବାହାରିଲାଣି ମାଟ୍ରିକ୍ ରେଜଲ୍ଟ, ହେଲେ ଏଯାଏଁ ବାହାରିନି +2 ଆଡମିଶନ ବିଜ୍ଞପ୍ତି

ମାଟ୍ରିକ ଫଳ ପ୍ରକାଶନକୁ ସପ୍ତାହେ ବିତିଲା ହେଲେ ଏଯାଏ ଯୁକ୍ତ ଦୁଇ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାନି..

author-image
Otv Khabar Bureau
ଅଦ୍ୟତନ ହୋଇଛି
Plus Two Admission stress on the rise among students

Plus Two Admission stress on the rise among students

ମାଟ୍ରିକ ଫଳ ପ୍ରକାଶନକୁ ସପ୍ତାହେ ବିତିଲା ହେଲେ ଏଯାଏ ଯୁକ୍ତ ଦୁଇ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାନି । ଯାହାକୁ ନେଇ ଚିନ୍ତାରେ ମେଧାବୀ ଛାତ୍ରଛାତ୍ରୀ। ଏହାସହ ଚଳିତ ଥର ପାସ୍ ହାର ବଢିଥିବାରୁ ଭଲ କଲେଜ୍‌ରେ ଆଡମିଶନ ମିଳିବ ନା ନାହିଁ ତାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ । ଅନ୍ୟପଟେ ୪୫ହଜାର ପିଲା କାହିଁକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଲେନି ତାର ତଥ୍ୟ ସଂଗ୍ରହ ଖୋଜୁଛି ଗଣଶିକ୍ଷା ବିଭାଗ । ଅଭିଭାବକ ସଂଘର ଦାବି ତୁରନ୍ତ ଡ୍ରପ ଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଅଣାଯାଉ ।

Advertisment

ମାଟ୍ରିକ ପାସ୍ ହାର ବଢିଲା, ତା ସହ ବଢିଲା ମେଧାବୀ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ଟେନ୍ସନ । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏମିତି ଆଶଙ୍କା ଏବେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧା ବଢାଇଦେଲାଣି । କାରଣ କଟ୍ ଅଫ୍ ଏଥର ଅଧିକ ଯାଇପାରେ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ପ୍ରତିଶତ ଆଉ A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷ ଗୁଡିକ ଠାରୁ ଯଥେଷ୍ଟ ଅଧିକ ।

ଏହା ବ୍ୟତୀତ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧିନରେ ଥିବା କଲେଜରେ ଆଡମିଶନ କରିବେ । ଏଥିପାଇଁ ବିଜେବି, ରମାଦେବୀ, ରେଭେନ୍ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

Advertisment

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ମଧ୍ୟ ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍‌ରେ ପଢିବା ପାଇଁ ପିଲାଏ ଇଚ୍ଛୁକ ଥାନ୍ତି । ହେଲେ କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇପାରେ କଲେଜ୍ ଗୁଡିକରେ ସିଟ୍ ବଢାଇବା ପାଇଁ ଦାବି ଉଠିଲାଣି । ସେପଟେ ସିଟ୍ ନେଇ କୌଣସି ସମସ୍ୟା ହେବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Odisha Matric Exam Plus Two Admissions
Advertisment
Advertisment