• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାସ ହାର CBSE ଠାରୁ ବି ଅଧିକ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ । ଆଉ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ରେଜଲ୍ଟ କରିଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷରେ ଆବଶ୍ୟକ ହେଲେ +୨ ସିଟ୍ ସଂଖ୍ୟା ବଢ଼ି ପାରେ ବୋଲି ସେ କହିଛନ୍ତି ।

ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ, ସେଠାରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ। ମାଟ୍ରିକ ପରୀକ୍ଷା ଉପରେ ଟିପ୍ପଣୀ ଦେଇ ମନ୍ତ୍ରୀ କହିଛନ୍ତି, ଏଣିକି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ । ମହାମାରୀକୁ ଦୃଷ୍ଟିରେ ହୋଇଥିବା ଢାଞ୍ଚାକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯିବ । ଏହାସହ ଏବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏଣୁ ଆବଶ୍ୟକ ପଡ଼ିଲେ ସିଟ୍ ବଢାଇବାକୁ ସେ ସ୍ପଷ୍ଟ କରିଛନ୍ତି ।...

ସୂଚନାଯୋଗ୍ୟ ଚଳିତ ମାସ ୧୦ ତାରିଖରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । CBSE ରେଜଲ୍ଟକୁ ପଛରେ ପକାଇଛି ରାଜ୍ୟ ବୋର୍ଡ । ମାଟ୍ରିକ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୪, ୧୫୮ ଜଣ । ଏଥର ବି ଝିଅ ଆଗରେ । ଚଳିତ ବର୍ଷ CBSE ଦଶମ ବୋର୍ଡ ପରୀକ୍ଷାର ପାସ୍ ହାର ୯୩.୧୨% ଥିବା ବେଳେ ଓଡ଼ିଆ ମିଡିଅମ୍ ପରୀକ୍ଷାର୍ଥୀ କିନ୍ତୁ ଏହି ହାରକୁ ଅତିକ୍ରମ କରିଛନ୍ତି ।