Advertisment

Exam Paper Controversy: ପ୍ରଶ୍ନପତ୍ର ବିଭ୍ରାଟ: କାଲି ଅସନ୍ତୋଷ ଝାଡ଼ିଲେ, ଆଜି ସିଧାସିଧା ପରୀକ୍ଷା ବାତିଲ ଦାବି...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଅଧ୍ୟକ୍ଷଙ୍କୁ ଭେଟି ଗତକାଲି ହୋଇଥିବା ଏଗଜାମ୍ ବାତିଲ ପାଇଁ ଦାବି ଜଣାଇଛନ୍ତି ଆଶାୟୀ। ଏକ୍ସାଇଜ୍ ଏବଂ ଟ୍ରାଫିକ୍ ସବ୍-ଇନିସପେକ୍ଟର ପରୀକ୍ଷାରେ ସାଂଘାତିକ ତ୍ରୁଟି ପରେ ଆଜି କମିଶନଙ୍କ ଅଫିସ୍ ଆଗରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ।

ଅଦ୍ୟତନ ହୋଇଛି
undefined

Exam Paper Controversy

Advertisment

OPSC ଏବଂ OSSC ପ୍ରଶ୍ନପତ୍ର ବିଭ୍ରାଟକୁ ଥମୁନି ପରୀକ୍ଷାର୍ଥୀଙ୍କ କ୍ଷୋଭ ଓ ଉଦବେଗ। ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରିବାକୁ ଆଜି OSSC ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛନ୍ତି ଆଶାୟୀ। ତା ସହ ଯଦି ପୁଣି ପରୀକ୍ଷା ହୁଏ, ତେବେ ଓଡ଼ିଆ, ଇଂରାଜୀ ଏବଂ ଜିକେ ସଂପର୍କିତ ପ୍ରଶ୍ନ ଆସିବ କି ନାହିଁ, ଜାଣିବାକୁ ଚାହିଁଥିଲେ। କିନ୍ତୁ OSSC ଅଧ୍ୟକ୍ଷ କୌଣସି ଉତ୍ତର ନରଖି ନିଜ ମତାମତ ଇ-ମେଲରେ ରଖିବାକୁ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଦୋହରାଇଛନ୍ତି। ଏପଟେ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଥିବା ବେଳେ ଦୋଷୀଙ୍କୁ ଛଡ଼ା ଯିବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

Advertisment

କାଲି ଅସନ୍ତୋଷ ଝାଡ଼ିଲେ, ଆଜି ସିଧାସିଧା ପରୀକ୍ଷା ବାତିଲ ଦାବି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଅଧ୍ୟକ୍ଷଙ୍କୁ ଭେଟି ଗତକାଲି ହୋଇଥିବା ଏଗଜାମ୍ ବାତିଲ ପାଇଁ ଦାବି ଜଣାଇଛନ୍ତି ଆଶାୟୀ। ଏକ୍ସାଇଜ୍ ଏବଂ ଟ୍ରାଫିକ୍ ସବ୍-ଇନିସପେକ୍ଟର ପରୀକ୍ଷାରେ ସାଂଘାତିକ ତ୍ରୁଟି ପରେ ଆଜି କମିଶନଙ୍କ ଅଫିସ୍ ଆଗରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ। ଦୀର୍ଘ ସମୟ ଧରି ଅପେକ୍ଷା କରିବାପରେ ପୋଲିସ୍ ଉପସ୍ଥିତିରେ ମାତ୍ର ଦୁଇଜଣ ପରୀକ୍ଷାର୍ଥୀଙ୍କୁ ଅଧ୍ୟକ୍ଷଙ୍କୁ ଭେଟିବାକୁ ଅନୁମତି ମିଳିଥିଲା।  ହେଲେ ସେମାନଙ୍କ ଦାବିକୁ କର୍ଣ୍ଣପାତ କରିନଥିଲେ OSSC ଅଧ୍ୟକ୍ଷ ଅଭୟ। ବରଂ ଗତକାଲି ନିଜ X ହ୍ୟାଣ୍ଡେଲରେ ଏହି ପ୍ରସଙ୍ଗରେ ଯାହା ଲେଖିଥିଲେ, ତାକୁ ହିଁ ଦୋହରାଇଥିଲେ। କହିଥିଲେ ପରୀକ୍ଷାର୍ଥୀମାନେ ଆସନ୍ତା ୪ ତାରିଖ ପୂର୍ବରୁ ନିଜ ମତ ଇ-ମେଲ୍ ଜରିଆରେ ଜଣାଇପାରିବେ। ଏହାପରେ ଆୟୋଗ ପରବର୍ତ୍ତୀ ନିଷ୍ପତ୍ତି ନେବେ। ତେବେ ପୁଣିଥରେ ପରୀକ୍ଷା ହେଲେ ଓଡ଼ିଆ, ଇଂରାଜୀ ଏବଂ ଜିକେ ସଂପର୍କିତ ପ୍ରଶ୍ନ ଆସିବ କି ନାହିଁ ତାହା ଜାଣିବାପାଇଁ ପରୀକ୍ଷାର୍ଥୀ ଚାହିଁଥିଲେ। ହେଲେ ଉତ୍ତର ନପାଇ ହତାଶ ହୋଇଫେରିଛନ୍ତି। ଚେତାବନୀ ଦେଇଛନ୍ତି, ପରୀକ୍ଷା ବାତିଲ ନହେଲେ ୪ ତାରିଖପରେ ଆନ୍ଦୋଳନକୁ ଓହ୍ଲାଇବୁ।

ଅଧିକ ପଢ଼ନ୍ତୁ: ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷାରେ ସାଂଘାତିକ ତ୍ରୁଟି; ହତାଶ ପରୀକ୍ଷାର୍ଥୀ...

Advertisment

ଗତକାଲି OSSC ଦ୍ବାରା ପରିଚାଳିତ ଟ୍ରାଫିକ୍ ଓ ଏକ୍ସସାଇଜ ସବ୍-ଇନିସପେକ୍ଟର ପରୀକ୍ଷାରେ ସିଲାବସ୍ ବାହାରେ CGL କୋଶ୍ଚିନ ବୁକଲେଟ୍ ପିଲାଙ୍କୁ ମିଳିଥିଲା। ସେପଟେ OPSC ଦ୍ବାରା ପରିଚାଳିତ OCS ମେନ୍ ପରୀକ୍ଷାର ଆନ୍ଥ୍ରୋପଲୋଜି ପେପର୍-୧ ଓ ପେପର୍-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଥିଲା। ଯଦିଓ ପରୀକ୍ଷା ଜାରି ରହିଥିଲା, ତେବେ ଏହାକୁ ନେଇ ଅଡୁଆରେ ପଡ଼ିଥିଲେ କମିଶନ୍। ସେପଟେ ଏଭଳି ସାଂଘାତିକ ତ୍ରୁଟି ପରେ ଷ୍ଟାଫ୍ ସିଲେକସନ୍ କମିଶନ୍ ନିଜର ଭୁଲ୍ ସ୍ବୀକାର କରି ଦୁଃଖ ପ୍ରକାଶ କରିଥିବା ବେଳେ ଏଯାଏଁ ମୁହଁ ଖୋଲିନାହାନ୍ତି OPSC କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ପରୀକ୍ଷା ବାତିଲ୍ ପିଲାଙ୍କ ଦାବି ସଂପର୍କରେ ଆମେ OSSC ଅଧ୍ୟକ୍ଷ ଅଭୟଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ସେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ।

ସେପଟେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଚାକିରି ପରୀକ୍ଷାରେ ବିଭ୍ରାଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ, ତାକୁ ଛଡାଯିବ ନାହିଁ।

Advertisment

ଅଧିକ ପଢ଼ନ୍ତୁ: କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

OPSC Exam OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ