• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରା ଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ । ବାଲେଶ୍ବର  ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି । ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି। 

ସେପଟେ ଜବ୍ ଫ୍ରଡ୍ ଘଟଣାରେ ବାଲେଶ୍ୱର SP ସାଗରିକା ନାଥ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି । OSSC ପକ୍ଷରୁ ସେଦିନ ଜେଇଇ ସିଭିଲ ମେନ୍‌ ପରୀକ୍ଷା ଥିଲା । ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି । ତେଣୁ ଆମେ ଏନେଇ OSSCକୁ ଲିଖିତ ଭାବେ ଅବଗତ କରାଯାଇଥିଲା ।

ଆଉ ଏହି ସମଗ୍ର ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି, ସେ ରାଜ୍ୟ ବାହାରେ ରହିଛି । ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି । ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା । ଧରା ପଡ଼ିଥିବା ରାକେଟ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ।