/odishatv-khabar/media/post_attachments/uploadimage/library/16_9/16_9_0/OPSC_Exam_1642665488.jpg)
OPSC Exam
OPSC ମେନ୍ ପରୀକ୍ଷା ଆରମ୍ଭ । ଓଡ଼ିଶା ସିଭିଲ ସର୍ଭିସ୍ ପାଇଁ ମେନ୍ ପରୀକ୍ଷାର ଆଜି ପ୍ରଥମ ଦିନ । ପ୍ରଥମେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେଉଛି । ରାଜ୍ୟର ୫ଟି ଜୋନ୍ରେ ୧୬ଟି କେନ୍ଦ୍ରରେ କୋଭିଡ୍ କଟକଣାରେ ପରୀକ୍ଷା କରାଯାଉଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ଯାଏଁ ହେବ ଦ୍ୱିତୀୟ ସିଟିଂ ପରୀକ୍ଷା । ଏଥର OPSC ମେନ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । କରୋନାରେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜଧାନୀରେ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ଅନୁସାରେ ମେନ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି । ଫେବ୍ରୁଆରୀ ୮ ତାରିଖ ଯାଏଁ ଏହା ଚାଲିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)