Advertisment

ଆସନ୍ତାକାଲି ଏହି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ଅଦ୍ୟତନ ହୋଇଛି
 All Educational Institutions In Khordha To Remain Closed Tomorrow

All Educational Institutions In Khordha To Remain Closed Tomorrow

Advertisment

ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଲାଗି ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। 

Advertisment

ପୌର ନିର୍ବାଚନ ଲାଗି ଆଜି ବିଭିନ୍ନ ବୁଥ୍ ମୁହାଁ ପୋଲିଂ କର୍ମଚାରୀ ହେଉଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ଣ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍‌ରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ।  ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ।

୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ଜାରି ରହିବ। ୧୦୬ ପୌରପାଳିକା, ଏନ୍‌ଏସି ଓ ୩ ମହାନଗର ନିଗମରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର ମତଦାନ କରିବେ। ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। 

Advertisment

ସୂଚନାଥାଉ କି, ପୌର ନିର୍ବାଚନ ପାଇଁ ୨୨ରୁ ୨୪ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବନ୍ଦ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା।  ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ଉଚ୍ଚଶିକ୍ଷା ବିଭାଗ ଜଣାଇଥିଲା। କଲେଜଗୁଡ଼ିକରେ ପୋଲିଂ ବୁଥ୍ ହେବାକୁ ଥିବାରୁ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। 

Municipal Elections Odisha Municipal Elections Odisha Urban Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ