• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓସୁ) ମୁକ୍ତ ଓ ଦୂରଶିକ୍ଷା କ୍ଷେତ୍ରରେ ଏକ ରୂପାନ୍ତରିତ ଯାତ୍ରାକୁ ଆପଣାଇ ନେଇଛି। ବହୁ ବାଦବିବାଦ ପରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପୁଣି ନାମ ଲେଖା ଆରମ୍ଭ ହୋଇଛି । ଇତିମଧ୍ୟରେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ କୁଳପତି ଭାବେ ଯୋଗଦେଇଛନ୍ତି । ଓସୁ ବି ++ ନାକ୍ ଗ୍ରେଡ଼ିଂ ହାସଲ କରି ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚିଛି । ଶିକ୍ଷା କ୍ଷେତ୍ରରେ ଏମଏରେ ଇତିହାସ, ରାଜନୀତି ବିଜ୍ଞାନ, ପବ୍ଳିକ୍ ଆଡ଼ମିନଷ୍ଟ୍ରେଡ଼ସନ୍ ଏବଂ ଅର୍ଥନୀତି ପାଇଁ ନାମଲେଖା ଆରମ୍ଭ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଏପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମଲେଖାଇ ସାରିଛନ୍ତି । ଫେବୃଆରୀ ୨୦୨୫ ସୁଦ୍ଧା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବାର ଆଶା ରହିବା ସହିତ ଅନୁଦାନ ଆୟୋଗ ଅନୁଷ୍ଠାନ (ୟୁଜିସି) ରେ ଦାଖଲ ହୋଇଥିବା ୨୦ଟି ନୂତନ ୟୁଜି ଓ ପିଜି ପାଠ୍ୟକ୍ରମ ପ୍ରଚଳନ ଅପେକ୍ଷାରେ ରହିଛି । ଜୁଲାଇ ୨୦୨୫ ସେସନ୍‌ ଭିତରେ ୫୦ହଜାର ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବାର ଲକ୍ଷ୍ୟ ରଖି ଗୁଣାତ୍ମକ ଶିକ୍ଷାର ଭିତ୍ତିରେ ୨୪ ଟି ଓଡିଏଲ୍ ପ୍ରୋଗ୍ରାମ ବ୍ୟତୀତ ୨୦ଟି ଅନ୍‌ଲାଇନ ପୋଗ୍ରାମ ଆପଣାଇବାକୁ ଧାର୍ଯ୍ୟ ହୋଇଛି ।

ଡିସେମ୍ବର ୨୦୨୪ ସୁଦ୍ଧା ଓସୁ ଡିଜିଟାଲ ମାର୍କେଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି, କମ୍ୟୁନିକେସନ ସ୍କିଲ ଇନ୍ ଇଂଲିଶ, ଅର୍ଥନୀତି ଏବଂ ଫାଇନାନ୍ସିଆଲ ଆକାଉଟିଂରେ ଅନ୍‌ଲାଇନ୍ ଦକ୍ଷତାମୂଳକ ଆଧାରିତ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯିବ । ଏହା ସହ ନିଯୁକ୍ତି ଓ ଶିଳ୍ପ ପ୍ରାସଙ୍ଗିକତା ଉପରେ ଧ୍ୟାନ ଦିଆଯାଉଛି ।

ସମସ୍ତଙ୍କ ପାଇଁ ଡିଜିଟାଲ୍ ଶିକ୍ଷାକୁ ସୁଗମ କରିବା ପାଇଁ ଏକ ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ରହିଛି । ଏକାଡେମିକ, ସାଂସ୍କୃତିକ ଓ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରି ବୃହତ୍ ସମାବେଶ ପାଇଁ ଏକ ଆଧୁନିକ ଅଡିଟୋରିୟମ ରହିଛି । ରାଜ୍ୟର ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୨୦୨୫ ମସିହାରେ ପାଞ୍ଚଟି ନୂତନ ଆଞ୍ଚଳିକ କେନ୍ଦ୍ର ଏବଂ ନୂତନ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି ।

୪୬ ଜଣ ନୂତନ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି କରାଯାଇଛି । ୨୫ଟି ଅତିରିକ୍ତ କାର୍ଯ୍ୟକ୍ରମ ୟୁଜିସିରେ ଦାଖଲ ହୋଇଛି ଯାହାକି ଏକାଡେମିକ୍ ବ୍ୟବସ୍ଥାକୁ ସୁଦୃଢ କରିବ । ୬୩ଜଣ ଅସ୍ଥାୟୀ ଅଧ୍ୟାପକଙ୍କ ମଧ୍ୟରେ ୪୬ଜଣ ପିଏଚ୍‌ଡି ଧାରୀ ଅଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now