Advertisment

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।

author-image
Rajalaxmi Sahoo
Odisha Plus 2 admission

Odisha Plus 2 admission

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ। ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।  ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।

Advertisment
  • ଅଗଷ୍ଟ ୧୭ ତାରିଖ ଦିନ ୩ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ
  • ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ
  • ସେପ୍ଟେମ୍ବର୨ ତାରିଖରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।
  • ସେପ୍ଟେମ୍ବର୧୩ ତାରିଖରେ ପ୍ରକାଶ ପାଇବ ସ୍ପଟ୍ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା
  • ୧୩ ଓ ୧୪ ତାରିଖ ରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ
  • ସେପ୍ଟେମ୍ବର ୧୫ ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ
  • ସେପ୍ଟେମ୍ବର ୧୫ ଓ ୧୬ ତାରିଖ ୨ ଦିନ ହେବ ସ୍ପଟ ଆଡ଼ମିଶନ 

ଚଳିତ ବର୍ଷ ଠାରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ବିଜ୍ଞପ୍ତି ଅନୁସାରେ, ୨୦୨୩ରେ ଛାତ୍ରଛାତ୍ରୀ ୧୦୦% ସିଲାବସ୍ ଅଧାରରେ ପରୀକ୍ଷା ଦେବେ। ହେଲେ ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବ। କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା। ୭୦ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହୋଇଥିଲା।  

Advertisment
Plus 2 Admission
Advertisment
Advertisment