• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 କଲେଜ୍‌ ଖରା ଛୁଟି କମିପାରେ । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରି ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଛୁଟି କମାଇବା ପାଇଁ ଯୋଜନା କରୁଛି । ମହାମାରୀ ଯୋଗୁଁ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମ ଶେଷ ହୋଇପାରିନି । ଅନେକ ସମୟ କରୋନା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଖୁବଶୀଘ୍ର ବିଭାଗ ପକ୍ଷରୁ ଖରାଦିନିଆ ଛୁଟି ନିଷ୍ପତ୍ତି ନିଆଯିବ ।

ଏ ସମ୍ପର୍କରେ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବ । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ପାଠପଢ଼ା, ପରୀକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଶିକ୍ଷାର ମାନ ବଢାଇବା ସହ କରୋନା ସମୟରେ ହୋଇଥିବା ଅସୁବିଧାକୁ ଭରଣା କରିବାକୁ ଛୁଟି କମାଇ ଦିଆଯିବ । ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ ସମୀକ୍ଷା ପରେ ନିଷ୍ପତ୍ତି ହେବା ଥୟ ।

ସେପଟେ କଲେଜ୍‌ ପିଲାଙ୍କ ଖରାଛୁଟି ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ । ଆଲୋଚନା ତଥା ବିଚାରବିମର୍ଷ ପରେ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍କୁଲ ପିଲାଙ୍କ ଖରାଛୁଟି ଦେଢ ମାସ ପରିବର୍ତ୍ତେ ମାତ୍ର ୧୧ ଦିନ ହେବ । ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ହେବ । ଖରାକୁ ଦୃଷ୍ଟିରେ ରଖି ମେ ୧ରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ଯାଏ କ୍ଲାସ୍ ହେବ । ଅନ୍ୟପକ୍ଷରେ ନୂଆ କୋର୍ସ ସହ ପିଲାଙ୍କୁ ଦୁଇ ବର୍ଷର ପୁରୁଣା ପାଠ ବି ପଢାଯିବ । କାରଣ ଗତ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା କରୋନା ଲାଗି କ୍ଷତିଗ୍ରସ୍ତ ହୋଇଛନ୍ତି ।