Odisha Matric Exam To Begin From Tomorrow
ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। କାଲି ଠାରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମଧ୍ୟମା ଏବଂ ଓପନ ସ୍କୁଲ୍ର ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ କରାଯିବ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିବା ବେଳେ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ କରିଛି।
ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳ ରେ ୭ଟି, କୋରାପୁଟରେ ୫ଟି, ମାଲକାନାଗିରି ରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ତେବେ ସ୍କୁଲ୍ର ୧୦ କି.ମି. ମଧ୍ୟରେ ସବୁ ସେଣ୍ଟର କରାଯାଇଛି। ଆସନ୍ତାକାଲି ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ସକାଳ ୮ ଟା ରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ।
ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି। ସେହିଭଳି ମଧ୍ୟମା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ୍ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସମେଟିଭ-୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମେଟିଭ-୨ ପରୀକ୍ଷା ସେହି କେନ୍ଦ୍ରରେ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1678346736.jpg)