/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730610047.jpg)
Matric form fillup
ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ରେଗୁଲାର୍ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ହେବ। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ର ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ । ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । ବୋର୍ଡର ୱେବସାଇଟ୍ www.bseodisha.ac.in ରୁ ଛାତ୍ରଛାତ୍ରୀମାନେ ଏସମ୍ପର୍କରେ ଅଧିକ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)