• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲିଠୁ ମାଟ୍ରିକ ସମେଟିଭ୍-ଟୁ ପରୀକ୍ଷା । ସାଢେ଼ ୫ଲକ୍ଷ ଛାତ୍ରଛାତ୍ରୀ ତିନିହଜାରରୁ ଅଧିକ କେନ୍ଦ୍ରରେ ଏହି ପରୀକ୍ଷା ଦେବେ । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା, ପ୍ରଥମ ଦିନରେ ପିଲାଏ ଦେବେ ମାତୃଭାଷା ପରୀକ୍ଷା । ପରୀକ୍ଷା ବ୍ୟବସ୍ଥା ଦେଖିବାକୁ ବୁଲିବେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ।

ରାତି ପାହିଲେ ମାଟ୍ରିକ ପରୀକ୍ଷା । ସମେଟିଭ ଟୁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ପରକ୍ଷା ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ । ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ କରାଯିବ । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷା ଦେବେ । ଏଥିପାଇଁ କରାଯାଇଛି ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ର ।

ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବ । ପ୍ରଥମ ଦିନର ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ ଟା ପର୍ଯ୍ୟନ୍ତ ଚାଲିବ ।

ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ । ସେହିପରି କପି ରୋକିବାକୁ ୭୪ ଟି ସ୍କ୍ୱାଡ୍‌ ଗଠନ କରାଯାଇଛି ।

୫୭ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିବେ ଓ ପରୀକ୍ଷା ସମ୍ପର୍କରେ ବୁଝିବେ । ପୂର୍ବରୁ କପି ହେଉଥିବା କେନ୍ଦ୍ରଗୁଡ଼ିକ ପରିବର୍ତ୍ତନ କରାଯାଇଛି । କୋଭିଡ୍ ପରେ ପ୍ରଥମ ଥର ପାଇଁ ପିଲାଏ ଶତ ପ୍ରତିଶତ ସିଲାବସରେ ଅଫ୍ ଲାଇନରେ ପରୀକ୍ଷା ଦେବେ ।

ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ହୋଇଚି ସ୍ୱତନ୍ତ୍ର ବ୍ୟବସ୍ଥା । ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ କରିବା ନେଇ ଗଣଶିକ୍ଷା ବିଭାଗ, ବୋର୍ଡ କର୍ତ୍ତୃପକ୍ଷ, ପରୀକ୍ଷା କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

ନାରାୟଣପାଟଣାରୁ ପି. ଗୋବିନ୍ଦରାଜୁ ସୁବୁଦ୍ଧି, ରାୟଗଡ଼ାରୁ ମାଉଡ଼ି ବାରିକ, କଟକରୁ ପ୍ରଭାତ ବିଶୋଇ ଓ ଭୁବନେଶ୍ୱରରେ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି