Odisha CHSE Plus 2 Exams 2022 begin today
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଦୁଇ ବର୍ଷ ପରେ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା । ଆଜି ପରୀକ୍ଷାର ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଏମଆଇଏଲ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ ।
ପରୀକ୍ଷାର୍ଥୀଙ୍କୁ ୮ ଟାରୁ ୮ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ଛଡାଯିବ । ୧୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ଏବଂ ୫ ମିନିଟ ପୂର୍ବରୁ ଉତ୍ତର ଖାତା ମିଳିବ ।
ସୂଚନା ଅନୁସାରେ, ଚଳିତ ବର୍ଷ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଓ ବିଜ୍ଞାନରେ ୭୮ ହଜାର ୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
ସେହିପରି ବାଣିଜ୍ୟରେ ୨୪ ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ମୋଟ ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରିଚାଳନା ହବ୍ କରାଯାଇଛି ।
ତେବେ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ଥିବା ବେଳେ, ମୋବାଇଲ ବାରଣ କରାଯାଇଛି । କରୋନା କଟକଣା ଓ ଖରାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପର୍ଯାପ୍ତ ପାଣି ମହଜୁଦ ରଖିବା ସହ ନିରବଚ୍ଛିନ ବିଜୁଳି ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷେ, ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମେ ୬ ତାରିଖ ଯାଏ ପରୀକ୍ଷା ହେବାକୁ ଥିବା ବେଳେ, ସକାଳ ୮ଟାରୁ ୧୦ଟା ଯାଏ ହେବ ପରୀକ୍ଷା । କୋଭିଡ ଓ ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)