Advertisment

କଲେଜ ପିଲାଙ୍କ ପାଇଁ ଖୁସି ଖବର; ଏଣିକି କ୍ୟାମ୍ପସରେ ମିଳିବ WIFI ସୁବିଧା

ମେ’ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ । ପିଲାମାନେ ଜୁନ ୨୦ ଯାଏ ଆବେଦନ କରିପାରିବେ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Plus 2 Admission

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି। ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ WIFI ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ GB ଡାଟା ଫ୍ରି ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଯାହାର ବାସ୍ତବିକତାକୁ ନେଇ ଶିକ୍ଷାବିତ୍ ଉଠାଇଛନ୍ତି ପ୍ରଶ୍ନ।

Advertisment

ମେ’ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ । ପିଲାମାନେ ଜୁନ ୨୦ ଯାଏ ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନ୍‌ଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୯ ଜୁଲାଇ ରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠ ପଢା।

ତେବେ ସିଟ୍ ଅଭାବ ପାଇଁ ଭଲ କଲେଜରେ ସିଟ ମିଳିବ ନା ନାହିଁ ତାକୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୧୦୬ଟି ହାଇସ୍କୁଲକୁ ଦ୍ବାଦଶ ଯାଏ ଅପ୍ ଗ୍ରେଡ କରାଯାଇଛି । ଯେଉଁଠି ୧୩ ହଜାର ସିଟ ଅଛି । ତଥାପି କିଛି ସ୍ଥାନରେ ସିଟ୍ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି ।

Advertisment

ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଣିକି WI FI ସହ ଦିନକୁ ୱାନ ଜିବି ଡାଟା ଫ୍ରି ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ଶିକ୍ଷାବିତମାନେ ଏହାର ବାସ୍ତବିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅଧ୍ୟାପକ ମରୁଡି ଓ ଭିତ୍ତିଭୂମି ଅଭାବ ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ନାକ୍ ମାନ୍ୟତା କମୁଛି । ଏସବୁ ମୌଳିକ ସମସ୍ୟା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଥିବା ଶିକ୍ଷାବିତ୍ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅନେକ ଯୋଜନା ଆଣୁଛନ୍ତି, ହେଲେ କାର୍ଯ୍ୟକାରିତା ଓ ସଫଳତାକୁ ନେଇ ପ୍ରଶ୍ନ ଉଠିଛି ।

CHSE Odisha Plus Two Admissions
Advertisment
Advertisment