Advertisment

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ; ପାସ୍‌ହାର ୯୬.୦୭%

ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

author-image
Sonali Ojha
ଅଦ୍ୟତନ ହୋଇଛି
Matric Result

Matric Result

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି। ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ।ସମସ୍ତ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

Advertisment

ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୪୧ହଜାର ୦୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୩୦ହଜାର ୧୫୩ଜଣ ପାସ୍‌ କରିଛନ୍ତି। ସେହିପରି SOSCରେ ୬ହଜାର ୪୫୭ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୮୪୪ ଜଣ ପାସ୍‌ କରିଛନ୍ତି। SOSCରେ ପାସ୍‌ହାର ରହିଛି ୫୯.୮୮ %। ମଧ୍ୟମାରେ ପାସ୍‌ହାର ରହିଛି ୯୮.୧୨ %। ମଧ୍ୟମାରେ ମୋଟ୍ ୩ହଜାର ୨୫୨ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୧୯୧ଜଣ ପାସ୍‌ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି। ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୫୮%। ଜଗତସିଂହପୁରରେ ୯୭.୬%, ଯାଜପୁରରେ ୯୫.୯୨%, କେନ୍ଦ୍ରାପଡାରେ ୯୫.୭୭%, ରାୟଗଡାରେ ୯୬.୧୬%, ମାଲକାନଗିରିରେ ୯୫.୦୪%, କୋରାପୁଟରେ ୯୪.୮୨% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

Advertisment

ସେହିଭଳି, ଅନଗୁଳରେ ୯୬.୬୩%, ଢେଙ୍କାନାଳରେ ୯୫.୧୨%, ପୁରୀରେ ୯୬.୭୬%, ନୟାଗଡ଼ରେ ୯୬.୨୩%, ବାଲେଶ୍ୱରରେ ୯୬.୧%, ଭଦ୍ରକରେ ୯୬.୭୩%, କେନ୍ଦୁଝରରେ ୯୪.୮%, ମୟୂରଭଞ୍ଜରେ ୯୫.୭% ପାସ୍‌ହାର ରହିଛି। କନ୍ଧମାଳରେ ୯୬.୬%, ନୂଆପଡାରେ ୯୩.୯୧% ପାସ୍‌ହାର ଥିବାବେଳେ ବରଗଡ଼ରେ ୯୬.୬୪%, ସମ୍ୱଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ବେଳକୁ ଅନଲାଇନ ଏବଂ ହ୍ବାଟ୍ସଆପରେ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ BSE/Hi ଲେଖି 77100-58192 ନମ୍ବରରେ ହ୍ବାଟ୍ସଆପ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ମେ’ ୨୯ରୁ ଜୁନ୍ ୧୨ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ। ଅନଲାଇନ୍‌ ଓ ଅଫଲାଇନ୍‌ରେ ଆବେଦନ କରିହେବ। ୧୦ଜୁନ୍‌ରେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ। ଏସଏଏସସି-୨ ପାଇଁ ମଧ୍ୟ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ।

Class 10th Result
Advertisment
Advertisment