/odishatv-khabar/media/post_attachments/uploadimage/library/16_9/16_9_0/result_1626507613.jpg)
+2 offline results published
ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଫ୍ଲାଇନ୍ରେ ପରୀକ୍ଷା ଦେଇଥିବା ୧୨, ୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଅଫ୍ଲାଇନ୍ ପରୀକ୍ଷାରେ ରେଜଲ୍ଟରେ ପାସ୍ ହାର ୬୮.୬୬% ରହିଛି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରି ନେଇଛନ୍ତି। ଛାତ୍ରୀଙ୍କ ପାସ୍ ହାର ୬୭.୭୬% ଥିବାବେଳେ ଛାତ୍ରଙ୍କ ପାସ୍ ହାର ୬୨.୭% ରହିଛି।
Advertisment
କଳାରେ ୮,୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୬୧୫, ବିଜ୍ଞାନରେ ୨,୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୪୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ କଳାରେ ୬,୩୧୦ ଜଣ, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧,୫୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
- କଳାରେ ପରୀକ୍ଷା ଦେଇଥିବା ୫,୭୦୧ ଛାତ୍ରଙ୍କ ମଧ୍ୟରୁ ୩,୫୮୬ ଜଣ ଛାତ୍ର ପାସ୍ କରିଛନ୍ତି। ସେହିପରି ୩,୯୭୫ ଛାତ୍ରୀଙ୍କ ମଧ୍ୟରୁ ୨,୭୨୪ ଜଣ ଛାତ୍ରୀ ପାସ୍ କରିଛନ୍ତି।
- ବାଣିଜ୍ୟରେ ପରୀକ୍ଷା ଦେଇଥିବା ୪୨୦ ଛାତ୍ରଙ୍କ ମଧ୍ୟରୁ ୨୮୮ ଜଣ ଛାତ୍ର ପାସ୍ କରିଛନ୍ତି। ସେହିପରି ୨୦୩ ଛାତ୍ରୀଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ରୀ ପାସ୍ କରିଛନ୍ତି।
- ବିଜ୍ଞାନରେ ପରୀକ୍ଷା ଦେଇଥିବା ୧,୪୮୬ ଛାତ୍ରଙ୍କ ମଧ୍ୟରୁ ୯୨୮ ଜଣ ଛାତ୍ର ପାସ୍ କରିଛନ୍ତି। ସେହିପରି ୮୪୬ ଛାତ୍ରୀଙ୍କ ମଧ୍ୟରୁ ୫୭୩ ଜଣ ଛାତ୍ରୀ ପାସ୍ କରିଛନ୍ତି।
- ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ୨୬୪ ଛାତ୍ରଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ର ପାସ୍ କରିଛନ୍ତି। ସେହିପରି ୧୭୬ ଛାତ୍ରୀଙ୍କ ମଧ୍ୟରୁ ୯୩ ଜଣ ଛାତ୍ରୀ ପାସ୍ କରିଛନ୍ତି।
Advertisment
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1637389352.jpg)
ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)