/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657447173.jpg)
No entry for journalists in schools
ସାମ୍ବାଦିକମାନେ ନିଜ ନିଜର କର୍ତ୍ତବ୍ୟ କରୁଛନ୍ତି । ଯେକୌଣସି ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ତାଙ୍କର ଅଧିକାର । ଗଣମାଧ୍ୟମକୁ ସ୍କୁଲ୍ କ୍ୟାମ୍ପସ ମନା ନେଇ ସରକାରଙ୍କ ନିଷ୍ପତ୍ତି ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପଶିବାକୁ ନଦେବା ଏକ ହାସ୍ୟାସ୍ପଦ ଘଟଣା । ଶିକ୍ଷାନୁଷ୍ଠାନରେ କଣ ହେଉଛି, କଣ ନାହିଁ, ଯଦି ଭୁଲ ହେଉଛି, ସେତେବେଳେ ସାମ୍ବାଦିକ ବନ୍ଧୁମାନଙ୍କର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା । ସରକାର ଏହି ଅର୍ଡର କରି ଗଣତାନ୍ତ୍ରିକ ପଦ୍ଧତିରେ ସାମ୍ବାଦିକଙ୍କ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି ।
ସେହିପରି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି ପଦକ୍ଷେପ ନେଉଛନ୍ତି । ସାମ୍ବାଦିକଙ୍କ ଉପରେ ଏଭଳି ରୋକ୍ ଲଗାଇବା ଠିକ୍ ନୁହେଁ । ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି । କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି । ତେବେ ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି । ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା ନୁହେଁ, ବିଭାଗର ଦୋଷ ଦୁର୍ବଳତା ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବାଲେଶ୍ୱରରେ ଆପଣ ପିଲାଙ୍କୁ ପଣକିଆ ପଚାରି ଭିଡିଓ ଭାଇରାଲ୍ କଲେ ତାହା କଣ ପିଲାଙ୍କୁ ଅପମାନିତ କରିନି ବୋଲି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)