Advertisment

ପ୍ରକାଶ ପାଇଲା NEET-UG ରେଜଲ୍ଟ

ପ୍ରକାଶ ପାଇଲା NEET-UG ରେଜଲ୍ଟ। NTA ପକ୍ଷରୁ ଚଳିତବର୍ଷର ଫଳ ପ୍ରକାଶ ପାଇଛି।ଅଫିସିଆଲ୍ ୱେବସାଇଟ୍ http://nta.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।

author-image
Sonali Ojha
ଅଦ୍ୟତନ ହୋଇଛି
NEET-UG

NEET-UG

ପ୍ରକାଶ ପାଇଲା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ NEET-UG ପରୀକ୍ଷାଫଳ। NTA ପକ୍ଷରୁ ଚଳିତବର୍ଷର ଫଳ ପ୍ରକାଶ ପାଇଛି। ଅଫିସିଆଲ୍ ୱେବସାଇଟ୍ http://nta.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଚଳିତବର୍ଷ ଜୁନ ୪ ତାରିଖ ଦିନ NEET ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଥିଲା। ଏହାପରେ ଜୁନ୍‌ ୨୩ରେ ଆଉ ଏକ ପରୀକ୍ଷା କରାଯାଇଥିଲା। ଯାହାର ରେଜଲ୍ଟ ଜୁନ୍ ୩୦ରେ ପ୍ରକାଶ ପାଇଥିଲା। ଏଥିରେ ମୋଟ୍ ୧୫୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Advertisment

ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ NTA ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ NTA ଏହି ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ NEET ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା NTA । ପରୀକ୍ଷାରେ ସ୍ବଚ୍ଛତା ଲାଗି NTA ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । କେନ୍ଦ୍ରଓ୍ବାରୀ ଫଳ ପ୍ରକାଶ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିରୋଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାହା ଗ୍ରହଣ କରିନଥିଲେ।

Advertisment

NEET-UG ୨୦୨୪ ପରୀକ୍ଷାରରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା।ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଥିଲେ। ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଥିଲେ। ଯାହା NTA ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଥିଲା।

ଦେଶର ଟପ୍‌ ମେଡିକାଲ କଲେଜମାନଙ୍କରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥାଏ NEET-UG । ଏଥର ନିଟ୍ ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଇଥିଲେ। ଏଥିରୁ ୨୩.୩୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପରୀକ୍ଷା ଫଳ ଜୁନ ୧୪ ତାରିଖରେ ଘୋଷଣା ହେବା କଥା। ତେବେ ୧୦ ପୂର୍ବରୁ ଜୁନ ୪ ତାରିଖରେ ପରୀକ୍ଷା ଫଳାଫଳ ଘୋଷଣା କରିଦିଆଯାଇଥିଲା।

NEET UG
Advertisment
Advertisment