Advertisment

NEET ବିବାଦ: ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ, ପୁଣି ହେବ ପରୀକ୍ଷା

୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କଲେ ସୁପ୍ରିମକୋର୍ଟ । ପୁଣି ହେବ NEET ପରୀକ୍ଷା । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା ।

author-image
Sujit kumar Swain
ଅଦ୍ୟତନ ହୋଇଛି
NEET UG Results 2024 Hearing Updates

NEET UG 2024

NEET ବିବାଦ ପ୍ରସଙ୍ଗରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ବଡ଼ ନିଷ୍ପତ୍ତି । ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରିଛି NTA । ଏନେଇ ସୁପ୍ରିମକୋର୍ଟଙ୍କୁ NTA ପକ୍ଷରୁ ଅବଗତ କରାଯାଇଛି । ସଂପୃକ୍ତ ୧୫୬୩ ଛାତ୍ରଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି । NEET ବିବାଦ ପ୍ରସଙ୍ଗର ସମାଧାନ କରିବାକୁ ଗତ ୧୦, ୧୧ ଓ ୧୨ ତାରିଖରେ କମିଟିର ବୈଠକ ବସିଥିଲା । ଏହି ବୈଠକରେ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି ।

Advertisment

ଆସନ୍ତା ଜୁନ ୨୩ରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ୩୦ ତାରିଖରେ ରେଜଲ୍ଟ ବାହାରିବ । ତେବେ କାଉନସେଲିଂ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ହିଁ କାଉନସେଲିଂ ହେବ । ଏନେଇ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ନ୍ୟାସନାସ ଟେଷ୍ଟିଂ ଏଜେନ୍ସି । ଆସନ୍ତା ଜୁଲାଇ ୬ରୁ MBBS, BDS ଓ ଅନ୍ୟାନ୍ୟ କୋର୍ସ ପାଇଁ କାଉସେଲିଂ ହେବ । ତେବେ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ ୮ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୨୪ NEET ପରୀକ୍ଷାରେ ୬୭ ଜଣ ଟପ୍ପର ହେବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଥିଲା ।

ମେ ୫ରେ ଅନୁଷ୍ଠିତ ହୋଇଥିବା NEETରେ ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ ଏକ ଆବେଦନ କରାଯାଇଥିଲା । ଏଥିସହ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ନ କରିବା ପାଇଁ ଦାବି ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ସହାୟତା ଏବଂ ଲାଭ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ଦୁଇଜଣ ସଦସ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଥିଲା ଯେ NEET ପ୍ରଶ୍ନପତ୍ର ଲିକ୍ ଖବର ସେମାନଙ୍କୁ ଚକିତ କରିଦେଇଛି। ଏପରି ହେବାଦ୍ୱାରା ଅନେକ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିଯାଇଛି। ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ । ଆବେଦନ ଅନୁଯାୟୀ, କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଛନ୍ତି । ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଛନ୍ତି । ଯାହା NTA ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି। 

Advertisment

ଦେଶର ଟପ୍‌ ମେଡିକାଲ କଲେଜମାନଙ୍କରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥାଏ NEET-UG । ଏଥର ନିଟ୍ ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଇଥିଲେ। ଏଥିରୁ ୨୩.୩୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପରୀକ୍ଷା ଫଳ ଜୁନ ୧୪ ତାରିଖରେ ଘୋଷଣା ହେବା କଥା। ତେବେ ୧୦ ପୂର୍ବରୁ ଜୁନ ୪ ତାରିଖରେ ପରୀକ୍ଷା ଫଳାଫଳ ଘୋଷଣା କରିଦିଆଯାଇଥିଲା। ତେବେ ଏନଟିଏ ଅଧ୍ୟକ୍ଷ ପ୍ରଶ୍ନପତ୍ର ଲିକ୍ ଅଥବା ଅନ୍ୟ କୌଣସି ପ୍ରକାରର ଅନିୟମିତତାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କୌଣସି ତ୍ରୁଟି କରାଯାଇନି। 

Supreme Court NEET NEET Exam NEET UG
Advertisment
Advertisment