/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662602207.jpg)
NEET Results
ନିଟ୍ ୟୁଜି ପ୍ରବେଶିକ୍ଷା ପରୀକ୍ଷା ଫଳ ପ୍ରକାଶ । ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ନିଟ୍ ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ MBBS ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା । ସେ ମୋଟ ୭୨୦ରୁ ୭୧୫ ରଖିଛନ୍ତି ।
ରାଜସ୍ଥାନର ଝିଅ ତନିସ୍କାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ନାମକ ଛାତ୍ର ରହିଛନ୍ତି । ପ୍ରକାଶ ପାଇଥିବା ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି । ତେବେ ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ । ସେ ଓଡ଼ିଶା ଟପ୍ପର ହୋଇଥିବା ବେଳେ ତାଙ୍କର ୭୨୦ରୁ ୭୦୫ ମାର୍କ ରହିଛି । ସୋମଦତ୍ତଙ୍କ ୩୯ ରାଙ୍କ ରହିଛି ।
#ନିଟ୍_ରେଜଲ୍ଟ_ପ୍ରକାଶ
ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ରେଜଲ୍ଟ ପ୍ରକାଶ । ନିଟ୍ରେ ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଟପ୍ ୫୦ ଛାତ୍ରଛାତ୍ରୀ ମଧ୍ୟରେ ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ ନାୟକ#NeetResult#OTVpic.twitter.com/fZQDjDqQfT— ଓଟିଭି (@otvkhabar) September 8, 2022
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ଟପ୍ ୫୦ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟର ଅଫିସିଆଲ ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ । ନିଟ ପରୀକ୍ଷାର ଅଫିସିଆଲ ୱେବସାଇଟ୍ ହେଉଛି neet.nta.nic.in । ରେଜଲ୍ଟ ଡାଉନଲୋଡ୍ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ୱେବସାଇଟକୁ ଯାଇ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରାଂକ କାର୍ଡ ଡାଉନଲୋଡ୍ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)