Advertisment

ଆଜିଠୁ ସକାଳୁଆ ସ୍କୁଲ, ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Morning Classes In Odisha School

Morning School

Advertisment

ରାଜ୍ୟରେ ବଢି ଚାଲିଛି ତାତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସକାଳୁଆ ସ୍କୁଲ୍ କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ ହୋଇଛି। ଉଭୟ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଲାଗି ନିୟମ ଲାଗୁ ହୋଇଛି।

Advertisment

ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବା ଲାଗି କୁହାଯାଇଛି। ତେବେ ସ୍ଥିତି ଦେଖି ନିଜ ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।

ଆଜିଠୁ ଆରମ୍ଭ ହୋଇଛି ନୂତନ ଶିକ୍ଷାବର୍ଷ। ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବୟସ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଦିଗରେ ପ୍ରଧାନଶିକ୍ଷକମାନେ ପରାମର୍ଶ ଦେବେ। ନୂଆ ଶିକ୍ଷାବର୍ଷ ଅନୁଯାୟୀ ପଢ଼ିବେ ପିଲା। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସହ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯିବ।

Advertisment

Schools Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ