Advertisment

ଖରା ଗରମ ଯୋଗୁଁ ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

ସ୍କୁଲ୍ ଖୋଲିବା ନେଇ ସ୍ଥିତି ଦେଖି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

ଅଦ୍ୟତନ ହୋଇଛି
School Morning Classes Extended In Odisha

Morning School

Advertisment

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଖରା, ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ବଢ଼ାଗଲା । ୨୨ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ପରିଚାଳନା କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

Advertisment

ଖରା ଛୁଟି ପରେ ସ୍କୁଲ୍‌ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲି ନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଝାରସୁଗୁଡ଼ା ପରି କିଛି ଜିଲ୍ଲାରେ ଜୁନ୍ ୨୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିଲା। 

ପଢନ୍ତୁ ଏହି ଖବର: ନିଟ୍ ଓ UGC-NET ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା NSUI

Advertisment

ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜରେ ୨୦ ଯାଏଁ (ଆଜି ପର୍ଯ୍ୟନ୍ତ) ଛୁଟି ଘୋଷଣା କରିଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ଜିଲ୍ଲାପାଳ। ସ୍କୁଲ୍ ଖୋଲିବା ନେଇ ସ୍ଥିତି ଦେଖି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। 

ଅନ୍ୟପକ୍ଷରେ ଏବେ ବି ରାଜ୍ୟରେ ଖରାର ପ୍ରକୋପ କମି ନାହିଁ। ଖରା ହେଉଛି। ତା’ ସାଙ୍ଗକୁ ଗୁଳଗୁଳି ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ତେବେ ମୌସୁମୀ ଅଗ୍ରସର  ହେଉଥିବା ହେଉଥିବା ସତ୍ତ୍ୱେ ୩ ଜିଲ୍ଲା ପାଇଁ ହଟିୱେଭ୍‌ ସତର୍କତା ଜାରି କରାଯାଇଛି।  ବାଲେଶ୍ୱର, ମୟୂରଭଞ୍ଜ ଓ ବଲାଙ୍ଗିର ପାଇଁ ହିଟୱେଭ୍‌ ସତର୍କତା ଜାରି ହୋଇଛି।  ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

Advertisment

ପଢନ୍ତୁ ଏହି ଖବର: ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

School Morning School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ