• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଅର୍ଥ ସାଜିବନି ବାଧକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ସ୍କୁଲରେ ମିଳିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ସର୍ବଭାରତୀୟ ସ୍ତରର ପରୀକ୍ଷା ପାଇଁ କୋଚିଂ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଯାହା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଡ଼ ବଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେବ । ସେପଟେ ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କ ମତ ସବୁ ସ୍କୁଲରେ ଏହି ସୁବିଧା ମିଳୁ ।

ଅଧିକ ପଢ଼ନ୍ତୁ: ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯୁକ୍ତ ଦୁଇ କଲେଜ୍ ଦୂରରେ ଥିବାରୁ ଛାତ୍ରଛାତ୍ରୀ ମାଟ୍ରିକ ପରେ ଆଉ ପାଠ ପଢୁନଥିଲେ ଉପାନ୍ତ ଅଞ୍ଚଳର । ଏଭଳି ସ୍କୁଲକୁ ଚୟନ କରି ରାଜ୍ୟ ସରକାର ଦ୍ୱାଦଶ ଯାଏଁ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ଏହା ମାଷ୍ଟର ପ୍ଲାନ ।

ପ୍ରତି ବର୍ଷ ଦଶମ ପରେ ଶହ ଶହ ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଶିକ୍ଷାବିତଙ୍କ ମତ ଏହାଦ୍ୱାରା ଅଧିକ ପିଲା ଆଗ୍ରହୀ ହୋଇ ଆସିବେ । ସେହିପରି ପିଲାମାନେ କହିଛନ୍ତି, ସବୁ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେଉ ।

ଡ୍ରପ୍ଆଉଟ୍ କମାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏବେ ଏହି ସଂସ୍କାର କେତେ ସଫଳତା ଆଣୁଛି ତା ଉପରେ ନଜର ।