/odishatv-khabar/media/post_attachments/uploadimage/library/16_9/16_9_0/s_1684401491.jpg)
Matric Supplementary Exam To Be Conduct This Year
ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୯୬.୪୦% ଥିବାବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଓ ଛାତ୍ରଙ୍କ ପାସ୍ ହାର ୯୫.୭୫%। ସେହିପରି ୩ ହଜାର ୨୨୨ ସ୍କୁଲ୍ରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ତେବେ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ହେବା ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା, କିନ୍ତୁ ଏଥର ହେବ। ଫେଲ୍ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ। ଏନେଇ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ।
ସେପଟେ ୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ହାଇସ୍କୁଲ୍ ପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପାଇଁ ଅଫ୍ଲାଇନ୍ରେ ଆବେଦନ କରିପାରିବେ। ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ଖାତା ଦେଖାରେ ନିୟୋଜିତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)