Advertisment

Matric Result: ୨ ଦିନ ପରେ ସରିବ ଖାତା ଦେଖା; ମେ’ରେ ମାଟ୍ରିକ ପରୀକ୍ଷା ଫଳ

ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା

ଅଦ୍ୟତନ ହୋଇଛି
matric-result

matric-result

Advertisment

ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ। ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Advertisment

ବୋର୍ଡ ସଭାପତି କହିଛନ୍ତି ଯେ, ଆଉ ଦୁଇ ଦିନ ମଧ୍ୟରେ ଖାତା ଦେଖା ସରିବ। ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ତେବେ ମେ’ ମାସର କେଉଁ ତାରିଖରେ ପରୀକ୍ଷା ଫଳ ପାଇବ ସେ ନେଇ ବୋର୍ଡ ସଭାପତି ସ୍ପଷ୍ଟ କରିନାହାନ୍ତି।

ଅଧିକ ପଢ଼ନ୍ତୁ: ମାଟ୍ରିକ୍‌ ପ୍ରଶ୍ନପତ୍ରରେ ତ୍ରୁଟି: କମ୍ ରହିଛି ୪ ମାର୍କର ପ୍ରଶ୍ନ

ବୋର୍ଡ ସଭାପତି ଆହୁରି  କହିଛନ୍ତି, AI ଏବଂ QR କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନାହିଁ। ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା । ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍‌ କୋଡ୍ ବ୍ୟବସ୍ଥା କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

Advertisment
Matric Result Matric Results Announced
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ