• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ ।

ଆଜି ସକାଳ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ସ୍କୁଲ କୋଡ୍ ଓ ପାସଓ୍ବାର୍ଡ ଜରିଆରେ ଡାଉନଲୋଡ୍ କରିବେ ସ୍କୁଲ୍ କର୍ତ୍ତୃପକ୍ଷ ।

ତେବେ ପତ୍ରବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପକ୍ଷେ, ଏଣିକି ୧୦୦% ସିଲାବସ୍‌ରେ ପାଠପଢ଼ା ହେବ । ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଶତ ପ୍ରତିଶତ କୋର୍ସରେ ପାଠପଢ଼ା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ କଟା ଯାଇଥିଲା। ମହାମାରୀ ପ୍ରଭାବ ନଥିବାରୁ ପୂର୍ବ ଭଳି ପରୀକ୍ଷା କରିବାକୁ CBSE ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ଏ ବିଷୟ ନେଇ ଚିନ୍ତା କରୁଛୁ। ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପୂର୍ବରୁ ଦେଇଥିଲେ।