Advertisment

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା...ବୋର୍ଡ ସଭାପତିଙ୍କ ଅଜବ ଯୁକ୍ତି...ଗଣମାଧ୍ୟମ ଉପରେ ଲଦିଲେ ଦୋଷ

ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।

ଅଦ୍ୟତନ ହୋଇଛି
BSE Odisha Matric Exam Question Paper Leaked

Matric exam question paper leaked

Advertisment

ମାଟ୍ରିକ ପରୀକ୍ଷାର ପିଛା ଛାଡ଼ୁନି ବିଭ୍ରାଟ। ପୁଣି ଥରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ଗଣିତ ପରୀକ୍ଷା ଥିଲା ଆଉ ଭାଇରାଲ୍ ହୋଇଥିବା ପେପର୍ ବି ଗଣିତର। ସବୁଠୁ ବଡ଼ କଥା ହେଉଛି, ଆଜି ପରୀକ୍ଷା ଦେଇ ଫେରିଥିବା ଛାତ୍ରୀମାନେ ଏହି ପ୍ରଶ୍ନପତ୍ରକୁ ସମାନ ବୋଲି ଚିହ୍ନିଛନ୍ତି।

Advertisment

ସେଟ୍ C ଓ D ଲେଖାଯାଇଥିବା ଏହି ପ୍ରଶ୍ନପତ୍ରଗୁଡ଼ିକ ଆଜିର ପ୍ରଶ୍ନପତ୍ର ସହ ସମାନ। ଯାହା ଯାହା ପରୀକ୍ଷାରେ ଆସିଥିଲା ସେ ସବୁ ଏହି ପ୍ରଶ୍ନପତ୍ରରେ ରହିଛି । ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଭାଇରାଲ୍ ସମ୍ପର୍କରେ ଗଣମାଧ୍ୟମ ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।

କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ସରିଛି। ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରିଛି ଓଟିଭି। ଏପରିକି ଯେଉଁ ପିଲା ଭାଇରାଲ୍ ପ୍ରଶ୍ନପତ୍ର ଚିହ୍ନିଛନ୍ତି ସେମାନେ ବି ଓଟିଭିର ବୋଲି କହିବାକୁ ପଛାଇ ନାହାନ୍ତି ବୋର୍ଡ ସଭାପତି। ଖାଲି ଓଟିଭି ନୁହେଁ, ଗଣମାଧ୍ୟମକୁ ଦୋଷ ଲଦିଛନ୍ତି। ପରୀକ୍ଷା ଶୃଙ୍ଖଳିତ ଭାବେ ସରିଥିଲା, ଗଣମାଧ୍ୟମ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ଅଭିଯୋଗ ଦୋହରାଇଛନ୍ତି ବୋର୍ଡ ସଭାପତି।

Advertisment

ଖାଲି ଆଜି ନୁହେଁ ଏହାପୂର୍ବରୁ ବି ଇଂରାଜୀ ପେପର୍ ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା। ଏବର୍ଷ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍ -AI ତ୍ରୁଟି ଧରିବା ପାଇଁ ଲାଗୁ କରାଯାଇଥିଲା। ସବୁ ପରୀକ୍ଷା କେନ୍ଦ୍ରରେ CCTV ସର୍ଭିଲାନ୍ସ କରାଯାଇଥିଲା। ଏତେ ସବୁ ପରେ ବି ବାରମ୍ବାର କେମିତି ତ୍ରୁଟି ନେଇ ଅଭିଯୋଗ ହେଉଛି ତାହା ଏବେ ବଡ଼ ପ୍ରଶ୍ନ।

ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ରର ସେଟ୍ C ଓ ସେଟ୍ D କୁହାଯାଉଥିବା ଦୁଇ ସେଟ୍, ଆଜି ସକାଳେ କେନ୍ଦୁଝର ଅଂଚଳରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ପ୍ରଶ୍ନପତ୍ର ସ୍କ୍ରିନ୍ ସଟ୍ ଦେଖିଲେ ଏହା ସକାଳ ୬ଟା ୨୦ ମିନିଟରେ ନିଆଯାଇଥିବା ଜଣା ପଡୁଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ତାହା ଜଣାପଡି ନାହିଁ।

Advertisment

ପରୀକ୍ଷା ଶେଷ ହେବା ପରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ବାହାରୁଥିବା ଛାତ୍ରଛାତ୍ରୀଙ୍କୁ ଭାଇରାଲ୍ ପ୍ରଶ୍ନପତ୍ର ଦେଖାଇବା ପରେ ଲଙ୍ଗ କୋଶ୍ଚିନଗୁଡ଼ିକ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଇଯାଉଥିବା ସେମାନେ କହିଥିଲେ। ପରୀକ୍ଷା ସରିବା ପରେ ଦିନ ପ୍ରାୟ ୧୨ଟା ବେଳେ ଏନେଇ ବୋର୍ଡ ସଭାପତି କହିଥିଲେ ଏ ସଂପର୍କିତ ଅଭିଯୋଗ ପୂର୍ବରୁ ଆମ ପାଖକୁ ଆସିନାହଁ। ଏବେ କହିଲେ କଣ ହେବ? ପ୍ରଶ୍ନ ପତ୍ର ଲିକ୍ କିମ୍ବା ଭାଇରାଲ୍ ହୋଇନି କହି ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

Matric Exam Question Paper Leak BSE Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ